ପ୍ରାକୃତିକ ଉପାୟରେ କିପରି କମାଇବେ ଓଜନ? ଜାଣନ୍ତୁ ଏହି ଟ୍ରିକ୍

ଆଜିକାଲି ମୋଟାପଣକୁ ନେଇ ଅନେକ ଲୋକ ଚିନ୍ତାରେ ଅଛନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ଆପଣାଉଛନ୍ତି, ଯେଉଁଥିରୁ କିଛି ଉପାୟ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି । ଅନେକ ଥର ଲୋକମାନେ ବ୍ୟାୟାମ ଓ ୱାର୍କଆଉଟ ମାଧ୍ୟମରେ ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀ ବର୍ଣ୍ଣ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ଏପରି କରିବା ବି ଠିକ୍ ନୁହେଁ କାରଣ କ୍ୟାଲୋରୀ ବର୍ଣ୍ଣ କରିବାର ବି କିଛି ସୀମା ଅଛି ।

ଶୀଘ୍ର ଓଜନ ହ୍ରାସ କରିବାକୁ ଚାହୁଁଥିଲେ ବି ନିଜ ଶରୀରର କ୍ଷମତା ଅନୁସାରେ ଦିନରେ ମାତ୍ର ୩୦୦ରୁ ୫୦୦ କ୍ୟାଲୋରୀ ବର୍ଣ୍ଣ କରିବା ଉଚିତ୍ । ଏହା ଚର୍ବିକୁ ହ୍ରାସ କରିବାକୁ ଏକ ସୁସ୍ଥ ଉପାୟ । ଏଥିପାଇଁ ଆପଣ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ ।

ତେବେ ଆସନ୍ତୁ ଜାଣିବା କ୍ୟାଲୋରୀ ବର୍ଣ୍ଣ କରିବାର ପ୍ରାକୃତିକ ଉପାୟ :-

୧. ପ୍ରତିଦିନ ପ୍ରାୟ ୩୦ ରୁ ୬୦ ମିନିଟ୍ ପର୍ଯ୍ୟନ୍ତ ବ୍ୟାୟାମ କରନ୍ତୁ ।
୨. ପ୍ରତିଦିନ ସକାଳ ଜଳିଖିଆ ଅବଶ୍ୟ ଖାଆନ୍ତୁ ।
୩. ସୁସ୍ଥ ଖାଦ୍ୟ ଖାଆନ୍ତୁ, ଯେଉଁଥିରେ ଫ୍ୟାଟର ମାତ୍ରା କମ୍ ଥାଏ ।
୪. ଚା ବଦଳରେ ଗ୍ରୀନ୍ ଟି ଏବଂ ବ୍ଲାକ୍ କଫି ପିଅନ୍ତୁ ।
୫. ମିଠା ଜିନିଷରେ କ୍ୟାଲୋରୀ ଅଧିକ ଥିବାରୁ ଏହାକୁ ଖାଇବା କମ୍ କରନ୍ତୁ ।
୬. ଦିନରେ ଅତି କମରେ ୮ ଗ୍ଲାସ୍ ପାଣି ପିଅନ୍ତୁ ।
ଅଧିକ କ୍ୟାଲୋରୀ ବର୍ଣ୍ଣ କଲେ କ’ଣ ହେବ?

ଅଧିକ କ୍ୟାଲୋରୀ ବର୍ଣ୍ଣ କରିବା ଆଶାରେ ଅଧିକ ବ୍ୟାୟାମ ବା ୱାର୍କଆଉଟ୍ କରନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ଲାଭ ବଦଳରେ କ୍ଷତି ହୋଇପାରେ । ଏହି କାରଣରୁ ଅଧିକ ଥକ୍କା, ମାଂସପେଶୀରେ ଯନ୍ତ୍ରଣା ଏବଂ ଶରୀରରେ ଦୁର୍ବଳତା ଅନୁଭବ ହୋଇପାରେ । ଓଜନ ହ୍ରାସ କରିବାକୁ ବ୍ୟାୟାମ ସହ କିଛି ସୁସ୍ଥ ଖାଦ୍ୟ ଖାଇବା ଉଚିତ୍…

ଓଜନ କମ୍ କରିବାକୁ କ’ଣ ଖାଇବା ଉଚିତ୍?

-ସବୁଜ ପନିପରିବା ଖାଇବା ଉଚିତ୍ ।
-ବାଦାମ ଖାଆନ୍ତୁ, ଏହା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ ।
-ଦହି ଖାଆନ୍ତୁ, କାରଣ ଏଥିରେହଜମ ସମସ୍ୟା ଦୂରେଇ ଯାଏ ଓ ଚର୍ବି ଜମା ହୁଏନି ।
-ପ୍ରୋଟିନ୍ ପାଇଁ ଲାଲ ମାଂସ ବଦଳରେ ଅଣ୍ଡା ବ୍ୟବହାର ଉପରେ ଗୁରୁତ୍ୱ ଦିଅନ୍ତୁ ।
-ଖାଦ୍ୟରେ ମାଛ ଅନ୍ତର୍ଭୁକ୍ତ କରନ୍ତୁ କିନ୍ତୁ କମ୍ ତେଲ ବ୍ୟବହାର କରନ୍ତୁ ।