ଦୁନିଆର ସବୁଠୁ ଲମ୍ବା ମଦ ବୋତଲ, ଦାମ୍ ଏତେ ଯେ କିଣିପାରିବେ ୪ ଲମ୍ବୋର୍ଗିନି କାର୍!

ନୂଆଦିଲ୍ଲୀ: ୩୨ ବର୍ଷ ପୁରୁଣା ମାକାଲାନ୍ ବ୍ରାଣ୍ଡର ରେକର୍ଡ ହେଉଛି ୩୧୧ଲିଟର ଥିବା ସ୍କଚ୍ ହ୍ୱିସ୍କି ଦୁନିଆର ସବୁଠାରୁ ବଡ଼ ମଦ ବୋତଲ । ଯାହାର ନିଲାମ ଚଳିତମାସ ମେ’ ୨୫ରେ ହେବାକୁ ଯାଉଛି । ଦି ଇଣ୍ଟ୍ରିପିଡ୍ ଭାବରେ ଜଣାଶୁଣା ଏହି ବୋତଲଟି ଉଚ୍ଚା ୫ ଫୁଟ ୧୧ ଇଞ୍ଚ ଏବଂ ଏହା ଏଡିନବର୍ଗ ସ୍ଥିତ ଆକ୍ସନ ହାଉସ୍ ଲିଅନ୍ ଆଣ୍ଡ ଟର୍ନବୁଲ୍ ଦ୍ୱାରା ନିଲାମ କରାଯିବ । ଏଥିରେ ୪୪୪ ଷ୍ଟାଣ୍ଡାର୍ଡ ବୋତଲ ସହିତ ସମାନ ହ୍ୱିସ୍କି ଆସିଯିବ ।

ୱେଲ୍ସଅନଲାଇନ ଅନୁଯାୟୀ, ବୋତଲଟି ଆଜି ପର୍ଯ୍ୟନ୍ତ ବିକ୍ରି ହୋଇଥିବା ହ୍ୱିସ୍କିର ସବୁଠୁ ଦାମୀ ବୋତଲର ରେକର୍ଡ ଭାଙ୍ଗିପାରେ, ଯାହା କି ୧.୯ ମିଲିୟନ ଡଲାର ବା ୧୪ କୋଟିରୁ ଅଧିକ । ଅର୍ଥାତ୍ ଏହି ମୂଲ୍ୟରେ ପ୍ରାୟ ଚାରିଟି ଲମ୍ବୋର୍ଗିନି ଲଗଜରୀ କାର କିଣାଯାଇପାରିବ ।

World's Largest Bottle Of Scotch Whisky

ଗତବର୍ଷ ଏହାର ବୋତଲବନ୍ଦ କରାଯାଇଥିବା ବେଳେ, ଏହାକୁ ଆନୁଷ୍ଠାନିକ ଭାବେ ଗିନିଜ୍ ୱାଲ୍ଡ ରେକର୍ଡ ଦ୍ୱାରା ପ୍ରମାଣିତ କରାଯାଇଥିଲା । ନିଲାମଧାରୀ କହିଛନ୍ତି ଯେ, ଯଦି ହ୍ୱିସ୍କି ବୋତଲ ୧.୩ ମିଲିୟନରୁ ଅଧିକ ରାଶି ପ୍ରାପ୍ତ କରେ, ତେବେ ୨୫ ପ୍ରତିଶତ ମ୍ୟାରି କ୍ୟୁରି ଚାରିଟିକୁ ଦାନ କରାଯିବ । ଏହି ହ୍ୱିସ୍କିକୁ ୩୨ ବର୍ଷ ପର୍ଯ୍ୟନ୍ତ ମାକାଲାନର ସ୍ପାଇସାଇଡ୍ ଗୋଦାମରେ ଦୁଇଟି ପୀପେରେ ରଖାଯାଇଥିଲା ।