fbpx

ମାଡ଼ି ଆସୁଛି ସାମ୍ଭାବ୍ୟ ବାତ୍ୟା ଆସାନି, ଉପକୂଳର ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌) : ସମ୍ଭାବ୍ୟ ବାତ୍ୟା ଅସାନି ଓଡ଼ିଶା ଉପକୂଳରେ ମାଡ଼ ହେବା ନେଇ ବିଭିନ୍ନ ପାଣିାଗ ସଂସ୍ଥା ମତ ରଖୁଥିବାବେଳେ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଏ କ୍ଷେତ୍ରରେ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।

ସୂଚନା ମୁତାବିକ,  ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି । ତେବେ ଏବେଠୁଁ ବାତ୍ୟା ନେଇ କିଛି କହିହେବ ନାହିଁ । ଆସନ୍ତା ୬ ତାରିଖ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେଲେ ଏହାର ତୀବ୍ରତା ଓ ଗତି ଥ ନେଇ ଆକଳନ କରାଯାଇପାରିବ । ହେଲେ ଏଯାଏଁ କିଛି ସ୍ପଷ୍ଟ ହୋଇନଥିବାବେଳେ ବାତ୍ୟା ଓଡ଼ିଶା ଉପକୂଳକୁ ଆସିବ କି ନାହିଁ ସେ ସମ୍ପର୍କରେ କହିବା ସମ୍ଭବ ନୁହେଁ । ସେ କହିଛନ୍ତି ଘୂର୍ଣ୍ଣିବଳୟ ଉପରିସ୍ଥ ବାୟୁମଣ୍ଡଳରେ ସୃଷ୍ଟି ହୋଇଛି । ୬ ତାରିଖ ସୁଦ୍ଧା ତାହା ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ତା’ପରେ ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରି କ୍ରମଶଃ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା ରହିଛି । ଏହା ଦକ୍ଷିଣ ଆଣ୍ଡାମାନ ସାଗରରୁ ଧୀରେ ଧୀରେ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିପାରେ ।

Get real time updates directly on you device, subscribe now.