fbpx

ଆକାଶରେ ଥିବା ବାଦଲକୁ ଛୁଇଁଲା ସମୁଦ୍ର ଲହର; ବିଶ୍ୱାସ ହେଉନଥିଲେ ଦେଖନ୍ତୁ Video

ପ୍ରଦିଦିନ ସୋସିଆଲ ମିଡିଆରେ କିଛି ନା କିଛି ଆଶ୍ଚର୍ଯ୍ୟକର ଭିଡିଓ ସାମ୍ନାକୁ ଆସୁଛି, ଯାହାକୁ ଦେଖି ୟୁଜର୍ସମାନେ ସେମାନଙ୍କ ଆଖିକୁ ବିଶ୍ୱାସ କରିପାରୁନାହାନ୍ତି । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସମୁଦ୍ର ଲହର ଏତେ ଉଚ୍ଚରେ ଉଠୁଛି କି, ତାହା ଆକାଶର ଉଚ୍ଚତାକୁ ଛୁଇଁ ବାଦଲ ସହ ଧକ୍କା ହେଉଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ୟୁଜର୍ସମାନେ ହକାବକା ହୋଇ ରହିଛନ୍ତି ।

ଭାଇରାଲ ହେଉଥିବା ଏହି ଭିଡିଓଟି ଟିକେ ପୁରୁଣା, ଯାହାକୁ Buitengebieden ଟ୍ୱିଟରେ ସେୟାର କରିଛନ୍ତି । ଏଥିରେ ଏକ ବିଶାଳକାୟ ସମୁଦ୍ର ମଧ୍ୟରେ ବିପଜ୍ଜନକ ସମୁଦ୍ର ଲହରିକୁ ଧିରେ ଧିରେ ଉଠୁଥିବାର ଦେଖିବାକୁ ମିଳିଛି । ଏପରି ଦୃଶ୍ୟକୁ ଦେଖି ଯେକୌଣସି ଦୁର୍ବଳ ହାର୍ଟ ଥିବା ଲୋକ ଡରିପାରନ୍ତି । ଏହା ସହ ଲଗାତାର ଉପରକୁ ଉଠୁଥିବା ସମୁଦ୍ର ଲହର ବାଦଲକୁ ଛୁଇଁଥିବାର ଭିଡିଓରେ ଦେଖିବାକୁ ମିଳିଛି ।

ତେବେ ଭାଇରାଲ୍ କ୍ଲିପରେ ଦେଖାଯାଇଥିବା ଘଟଣା ଏକ ସତ ଘଟଣା । ଏହା ଏକ ପ୍ରାକୃତିକ ଘଟଣା ବୋଲି କୁହାଯାଏ ୪୦ ସେକେଣ୍ଡର ଭିଡିଓ ଅସଲି ହୋଇଥିବା ବେଳେ ବାଦଲର ସରଞ୍ଚନା ଅସଲି ନୁହେଁ । ଏହି ଭିଡିଓକୁ ୧ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି । ୬୮ ହଜାରରୁ ଅଧିକ ୟୁଜର୍ସ ଏହାକୁ ପସନ୍ଦ କରିଛନ୍ତି ।

Get real time updates directly on you device, subscribe now.