ନୂଆଦିଲ୍ଲୀ: ଥାଇଲାଣ୍ଡରେ ଜନୈକା ମହିଳାଙ୍କ ସହିତ ନାଇଟ୍ କ୍ଲବ ଘଟଣା ପାଇଁ ବିବାଦରେ ରହିଥିବା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପାଇଁ ପୁଣି ଥରେ ବଢିଛି ଅଡୁଆ । ତେଲେଙ୍ଗାନାର ଓସମାନିଆ ୟୁନିଭର୍ସିଟିରେ ଏକ କାର୍ଯ୍ୟକ୍ରମ ପାଇଁ ରାହୁଲଙ୍କୁ ଅନୁମତି ଦେଇ ନାହାନ୍ତି ତେଲେଙ୍ଗାନା ହାଇକୋର୍ଟ । ବିଶ୍ୱ ବିଦ୍ୟାଳୟର କୁଳପତିଙ୍କୁ ଏହି କାର୍ଯ୍ୟକ୍ରମକୁ ଋଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ରାହୁଲ ଗାନ୍ଧୀ ଓସମାନିଆ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଟାଗୋର ଅଡିଟୋରିୟମରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥାନ୍ତେ ।
ବିଶ୍ୱବିଦ୍ୟାଳୟ ପରିସରରେ ମେ ୭ ତାରିଖରେ ଛାତ୍ରଛାତ୍ରୀଙ୍କ ସହିତ ଏହି ଆଲୋଚନା ହୋଇଥାନ୍ତା । ତେବେ ଏହାକୁ ନେଇ ହାଇକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଥିଲା । ଏହି ଆଲୋଚନାଚକ୍ରରେ ରାଜନୈତିକ ଆଲୋଚନାର ଆଶଙ୍କା କରି ଏହାକୁ ଅନୁମତି ନ ଦେବା ପାଇଁ ଏକ ଯ।।ଚିକା ଦାଖଲ କରାଯାଇଥିଲା । କୋର୍ଟ ଯାଚିକାର ବିଚାର କରିବା ସହିତ ଏହି ଆଲୋଚନାଚକ୍ରକୁ ଅନୁମତି ପ୍ରଦାନ କରିନଥିଲେ ।
ଏହା ସହିତ କୋର୍ଟ ନିଜ ନିର୍ଦ୍ଦେଶରେ କହିଥିଲେ, ଶିକ୍ଷାନୁଷ୍ଠାନକୁ କୌଣସି ପ୍ରକାରର ରାଜନୈତିକ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରି ହେବ ନାହିଁ । ଏହା ବିଶ୍ୱ ବିଦ୍ୟାଳୟର ଶିକ୍ଷା ପରିଷଦ ଆଇନର ଧାରା ୬କୁ କ୍ଷୁର୍ଣ୍ଣ କରୁଛି । ଏହି ମିଟିଂକୁ ଅନୁମତି ଦିଆଯିବା ଦ୍ୱାରା କ୍ୟାମ୍ପସ ପରସ୍ଥିତି ଖରାପ ହେବାର ସମ୍ଭାବନା ରହିଛି ବୋଲି କୋର୍ଟ କହିଛନ୍ତି ।