fbpx
BSKY
BJD SHG SKY
BJD MC SKY

ସମ୍ଭାବ୍ୟ ବାତ୍ୟା ନେଇ ଆଜି SRCଙ୍କ ସମୀକ୍ଷା, ଜିଲ୍ଲାପାଳଙ୍କ ସହ କରିବେ ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ସକ୍ରିୟ ହେବାରେ ଲାଗିଛି । ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତ ନେଇ ଆଜି ଜିଲ୍ଲାପାଳଙ୍କ ସହ ସମୀକ୍ଷା କରିବେ SRC । ଭିଡିଓ କନଫରେନ୍ସଂ ଜରିଆରେ ଜିଲ୍ଲାପାଳଙ୍କ ସହ ବୈଠକ କରିବେ ଏସଆରସି ।

ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ୧୮ ଜିଲ୍ଲାପାଳଙ୍କୁ ମଧ୍ୟ ସେ ଚିଠି ଲେଖିଛନ୍ତି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିବା ଜଣାପଡିଛି । ଏମର୍ଜେନ୍ସି ଅପରେସନ ସେଣ୍ଟର ଓ କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟିଆ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆବଶ୍ୟକ ସ୍ଥଳରେ ଲୋକଙ୍କୁ ନିରାପଦା ସ୍ଥାନକୁ ସ୍ଥାନାନ୍ତର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ ସେଲ୍ଟର ସ୍ଥଳୀଗୁଡ଼ିକୁ ଜିଓ ଟ୍ୟାଗ୍ କରନ୍ତୁ । ୬ ତାରିଖ ସୁଦ୍ଧା ୩ ଜଣିଆ ଟିମକୁ ସେଲ୍ଟର ହୋମ୍ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ଓ ସରକାରୀ ନକ୍କା ଘର ଅସ୍ଥାୟୀ ଆଶ୍ରୟ ସ୍ଥଳ କରିବାକୁ ପରାମର୍ଶ ଦିଆଯାଇଛି । ତହସିଲଦାର/ବିଡିଓ ବାତ୍ୟା ଆଶ୍ରୟ ସ୍ଥଳୀଗୁଡ଼ିକର ବ୍ୟବସ୍ଥା ତଦାରଖ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.