fbpx

କାଶ୍ମୀରରୁ ତାଜିକିସ୍ତାନ ପର୍ଯ୍ୟନ୍ତ କମ୍ପିଲା ପୃଥିବୀ, ରେକ୍ଟର ସ୍କେଲରେ ୫.୩ ତୀବ୍ରତା

ଶ୍ରୀନଗର: ପୁଣିଥରେ କମ୍ପିଲା ପୃଥିବୀ । ଆଜି ସକାଳ ୫ଟା ୩୫ରେ ଜାମ୍ମୁ-କାଶ୍ମୀରରୁ ନେଇ ତାଜିକିସ୍ତାନ ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ଥିଲା । ଭୂକମ୍ପର କେନ୍ଦ୍ରବିନ୍ଦୁ ତାଜିକିସ୍ତାନରେ ବୋଲି କୁହାଯାଉଛି ।

ଜାମ୍ମୁ-କାଶ୍ମୀରର କିଛି ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ବର୍ତ୍ତମାନ ସୁଦ୍ଧା କାହାର ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ମିଳିନାହିଁ । ୧୭୦ କିଲୋମିଟର ଗଭୀରତାରେ ତାଜିକିସ୍ତାନରେ ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ କୁହାଯାଉଛି ।

ଏହା ପୂର୍ବରୁ ୨୪ ଏପ୍ରିଲରେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର କାର୍ଗିଲରେ ଭୂକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁସାରେ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୨ ରେକର୍ଡ କରାଯାଇଥିଲା ।

Get real time updates directly on you device, subscribe now.