fbpx

ଭିଜିଲାନ୍ସ ଜାଲରେ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର: ୯ଟି ସ୍ଥାନରେ ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର । କଳାରାହାଙ୍ଗ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟରର ଜଗନ୍ନାଥ ରାଉତଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଏହି ରେଡ୍ କରିଛି ।

ତେବେ ଭୁବନେଶ୍ୱର ରଘୁନାଥପୁରରେ ୭ ଓ ବାଙ୍କୀରେ ଗୋଟିଏ ଘରେ ଚଢ଼ାଉ ହୋଇଛି । ସୂଚନା ଅନୁସାରେ, କଳାରାହାଙ୍ଗା ଅଫିସ ସମେତ ମୋଟ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ହୋଇଛି ।

ଭିଜିଲାନ୍ସର ୫ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଚଢ଼ାଉରେ ସାମିଲ ଅଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିନାହିଁ । ଏବେ ବି ରେଡ୍ ଜାରି ରହିଛି ।

Get real time updates directly on you device, subscribe now.