fbpx

(Video)ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟରଙ୍କ ଅମାପ ସମ୍ପତ୍ତି: କଟକ ଓ ଭୁବନେଶ୍ୱରରେ ରହିଛି ୯୦ଟି ପ୍ଲଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛିନ୍ତି କଳାରାହାଙ୍ଗ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ଜଗନ୍ନାଥ ରାଉତ । ତାଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଥିବା ଠାବ ହୋଇଛି ବିପୁଳ ସମ୍ପତ୍ତି । କଟକ ଓ ଭୁବନେଶ୍ୱରରେ ତାଙ୍କର ୯୦ଟି ପ୍ଲଟ୍ ଠାବ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

ସୂଚନା ଅନୁସାରେ, ଭୁବନେଶ୍ୱରରେ ଜଗନ୍ନାଥ ରାଉତଙ୍କ ନାଁରେ ୪ଟି ବିଲ୍ଡିଂ ଓ ୩ଟି ଫ୍ଲାଟ ରହିଛି । କଟକରେ ଗୋଟିଏ ଆଉଟ ହାଉସ୍, ଭୁବନେଶ୍ୱରରେ ୩ ମହଲା ମାର୍କେଟ କମ୍ପେକ୍ସ ଠାବ ହୋଇଛି । ଏହା ସମେତ ୫୦୦ ଗ୍ରାମ ସୁନା, ବିଭିନ୍ନ ବ୍ୟାଙ୍କ ଖାତାରେ ୧୭ ଲକ୍ଷ ଟଙ୍କା ଜବତ ହୋଇଛି । ଚଢ଼ାଉ ଜାରି ରହିଥିବାରୁ ଅଧିକ ସମ୍ପତ୍ତି ମିଳିବାର ସମ୍ଭାବନା ରହିଛି ।

ତେବେ ଭୁବନେଶ୍ୱର ରଘୁନାଥପୁରରେ ୭ ଓ ବାଙ୍କୀରେ ଗୋଟିଏ ଘରେ ଚଢ଼ାଉ ହୋଇଛି । ସୂଚନା ଅନୁସାରେ, କଳାରାହାଙ୍ଗା ଅଫିସ ସମେତ ମୋଟ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ହୋଇଛି । ଭିଜିଲାନ୍ସର ୫ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଚଢ଼ାଉରେ ସାମିଲ ଅଛନ୍ତି ।

Get real time updates directly on you device, subscribe now.