fbpx

ଏଣିକି ରାତିରେ ସହଜରେ ମିଳିପାରିବ ମଦ, ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ଖୋଲିବାକୁ ଅନୁମତି ଦେଲେ ଏହି ରାଜ୍ୟ ସରକାର

ନୂଆଦିଲ୍ଲୀ: ମଦ ପିଉଥିବା ଲୋକଙ୍କ ପାଇଁ ଖୁସି ଖବର । ଏହି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିବ ମଦ ଦୋକାନ । ନିକଟରେ ଦିଲ୍ଲୀ ସରକାର ରାତି ୩ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରଖିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଖୁବଶୀଘ୍ର ଅବକାରୀ ନୀତି ୨୦୨୧-୨୨ ଅନୁସାରେ ଆଦେଶ ଜାରି କରାଯିବାର ସମ୍ଭାବନା ରହିଛି ।

ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଦିଲ୍ଲୀର ରେଷ୍ଟୁରାଣ୍ଟମାନଙ୍କରେ ବର୍ତ୍ତମାନ ରାତି ୧ଟା ପର୍ଯ୍ୟନ୍ତ ବାର୍ ଖୋଲିବାକୁ ଅନୁମତି ରହିଛି । ମାତ୍ର ଏହି ସମୟ ଅବଧି ଆଗକୁ ବୃଦ୍ଧି ପାଇବାକୁ ଯାଉଛି । ତେବେ ରାତି ୩ଟା ପର୍ଯ୍ୟନ୍ତ ବାର ଖୋଲିବାକୁ ଅନୁମତି ଦିଆଯିବା ପରେ ଅବକାରୀ ବିଭାଗ ପୋଲିସ ଓ ଅନ୍ୟ ସଂସ୍ଥାଗୁଡ଼ିକ ମିଳିମିଶି କାର୍ଯ୍ୟ କରିବେ ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ନଭେମ୍ବର ମାସରେ ନୂଆ ଅବକାରୀ ନୀତି ଲାଗୁ କରିବାକୁ ସୁପାରିଶ କରାଯାଇଥିଲା । ଗୁରୁଗ୍ରାମ ଓ ଫରିଦାବାଦ ପରି ପଡ଼ୋଶୀ ସହରଗୁଡ଼ିକରେ ରାତି ୩ଟା ପର୍ଯ୍ୟନ୍ତ ବାର ଖୋଲିବାକୁ ଅନୁମତି ଦିଆଯାଇଛି । ଅନ୍ୟପକ୍ଷରେ ନୋଏଡ଼ା ଓ ଗାଜିଆବାଦରେ ରାତି ୧ଟା ପର୍ଯ୍ୟନ୍ତ ବାର ଖୋଲା ରହୁଛି । ତେବେ ଏନେଇ ନ୍ୟାସନାଲ ରେଷ୍ଟୁରାଷ୍ଟ ଆସୋସିଏସନ ଅଫ୍ ଇଣ୍ଡିଆ (ଏନଆରଏଆଇ)ର ଅଧ୍ୟକ୍ଷ କହିଛନ୍ତି ଯେ, ଅବକାରୀ ନୀତି ୨୦୨୧-୨୧ ଅନୁଯାୟୀ ବାର୍ ଖୋଲିବା ଟାଇମିଂକୁ ନେଇ କୌଣସି ପରିବର୍ତ୍ତନ କରାଯାଇନାହିଁ । ତେଣୁ ରାତି ୩ଟା ପର୍ଯ୍ୟନ୍ତ ବାର ଖୋଲିବାକୁ ଅନୁମତି ଦେବା ପାଇଁ ଆମେ ସରକାରଙ୍କ ନିକଟରେ ଦାବି ରଖିଛୁ ।

Get real time updates directly on you device, subscribe now.