fbpx
BJD
BJD SKY
BJD SKY

“ଅନେକ’ ଫିଲ୍ମର ଭାଇରାଲ୍ ସିନ୍‌କୁ ନେଇ ଟ୍ୱିଟରରେ ଚର୍ଚ୍ଚା, ଭାରତର ‘ଜାତୀୟ ଭାଷା’କୁ ନେଇ ବିବାଦ ମଧ୍ୟରେ ଆୟୁଷ୍ମାନ୍‌ଙ୍କ ଦେଲେ ଏହି ଉତ୍ତର

BJD

ମୁମ୍ବାଇ: ଭାରତର “ଜାତୀୟ ଭାଷା’କୁ ନେଇ ବିବାଦ ମଧ୍ୟରେ ରିଲିଜ ହୋଇଛି ଆୟୁଷ୍ମାନ୍‌ ଖୁରାନାଙ୍କ “ଅନେକ’ ଫିଲ୍ମର ଟ୍ରେଲର । ଏହି ଟ୍ରେଲରରେ ଗୋଟିଏ ସିନ୍‌ରେ ଏକ ଡାଇଲଗ ଅଛି ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଦୃଶ୍ୟରେ ଆୟୁଷ୍ମାନ ଜଣେ ବ୍ୟକ୍ତିଙ୍କ ଭାରତୀୟ ପରିଚୟ ଉପରେ ଏକ ଡାଇଲଗ ମାରୁଛନ୍ତି ଯାହା ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି । ଏବଂ ଲୋକେ ଏହାର ଖୁବ୍ ତାରିଫ ମଧ୍ୟ କରୁଛନ୍ତି ।

ଏହି ଦୃଶ୍ୟରେ ଆୟୁଷ୍ମାନ କହିଛନ୍ତି ଯେ, ଜଣେ କିପରି ଭାରତୀୟ ଭାବରେ ପରିଚୟ ଦେବ ଏବଂ ତାହା ଉପରେ ସେ ଏକ ଚିନ୍ତାଧାରା ସୃଷ୍ଟି କରିଛନ୍ତି। ଆୟୁଷ୍ମାନ କହିଥିବା ଡାଇଲଗଟି ହେଉଛି ” ଜଣେ ବ୍ୟକ୍ତି ଉତ୍ତର ଭାରତୀୟ ନୁହେଁ, ଦକ୍ଷିଣ ଭାରତୀୟ ନୁହେଁ, ପୂର୍ବ ଭାରତୀୟ ନୁହେଁ, ପଶ୍ଚିମ ଭାରତୀୟ ନୁହେଁ। ଜଣେ ବ୍ୟକ୍ତି କିପରି ଭାରତୀୟ ହୋଇଥାଏ ବୋଲି ସେ ପ୍ରଶ୍ନ କରିଛନ୍ତି?

ଟ୍ରେଲରର ଲଞ୍ଚ ହେବା ପରଠୁ ଏହାର ଏକ ନିର୍ଦ୍ଦିଷ୍ଟ ଦୃଶ୍ୟ ସେବେଠାରୁ ଭାଇରାଲ ହେବାରେ ଲାଗିଛି । କିଛି ଦିନ ତଳେ ବଲିଉଡ୍ ଅଭିନେତା ଅଜୟ ଦେବଗନ କିଚା ସୁଦୀପଙ୍କ ବୟାନକୁ ନେଇ ଟ୍ୱିଟରରେ ଦେଇଥିବା ମନ୍ତବ୍ୟ ପରେ ଏହି ବିବାଦ ପୁଣି ମୁଣ୍ଡ ଟେକିଛି । ଏପରିକି ଜାତୀୟ ଭାଷାକୁ ନେଇ ରାଜନୈତିକ ମତାମତ ମଧ୍ୟ ପ୍ରକାଶ ପାଇଛି ।

ଚଳଚ୍ଚିତ୍ର ମାଧ୍ୟମରେ ସାମାଜିକ ବିଷୟ ଉପରେ ଚର୍ଚ୍ଚା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶକ ଅନୁଭବ ସିହ୍ନା ପରିଚିତ । ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ନୂଆ ଚଳଚ୍ଚିତ୍ର “ଅନେକ’ । ଫିଲ୍ମରେ ଉତ୍ତର-ପୂର୍ବ ଭାରତରେ ବିଦ୍ରୋହ ଏବଂ ରାଜନୈତିକ ଅଶାନ୍ତିର ପ୍ରସଙ୍ଗକୁ ଦର୍ଶାଇବାକୁ ଚେଷ୍ଟା କରଯାଇଛି। ଏହା ସହ ଦେଶ ଭିତରେ ଜାତିବାଦ ଏବଂ ଭାଷାଭିତ୍ତିକ ରାଜନୀତିର ପ୍ରସଙ୍ଗ ଏବଂ ଏକ ନିର୍ଦ୍ଦିଷ୍ଟ ଭାଷା କିପରି ଜଣେ ନାଗରିକର “ଭାରତୀୟ ହେବାର ପରିଚୟ’ ନିର୍ଣ୍ଣୟ କରିପାରିବ ତାହା ଉପରେ ଆଲୋକପାତ କରିବାକୁ ଚେଷ୍ଟା କରାଯାଇଛି । ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଭିଡିଓଟିରେ ଆୟୁଷ୍ମାନ ହିନ୍ଦୀର ଉଦାହରଣ ଦେଇଛନ୍ତି ଏବଂ ପଚାରିଛନ୍ତି ଯେ ଜଣେ ଭାରତୀୟ କିଏ ଏବଂ କିଏ ନୁହେଁ, ଏକ ଭାଷା କିପରି ନିର୍ଣ୍ଣୟ କରିପାରିବ କିଏ ଭାରତୀୟ ବୋଲି?

Get real time updates directly on you device, subscribe now.