fbpx

ୟୁକ୍ରେନ ସ୍କୁଲରେ ଋଷ ସେନାର ଭୟଙ୍କର ବିସ୍ଫୋରଣ: ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ଦିନକୁ ଦିନ ଭୟଙ୍କର ରୂପ ନେଉଛି ଋଷ-ୟୁକ୍ରେନ ଯୁଦ୍ଧ । ଉଭୟ ଦେଶ ତରଫରୁ ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ୟୁକ୍ରେନର ଲୁହାନସ୍କ ଅଞ୍ଚଳର ଏକ ସ୍କୁଲରେ ବିସ୍ଫୋରଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ବିସ୍ଫୋରଣରେ ମୋଟ ୬୦ କିମ୍ବା ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ରାଜ୍ୟପାଳ ସେରହୀ ଗଦାଇ । ତେବେ ଋଷ ସେନାର ଏହି ବିସ୍ଫୋରଣରେ ଏକ ସ୍କୁଲରେ ନିଆଁ ଲାଗିଯାଇଥିଲା, ଯେଉଁଥିରେ ୬୦ରୁ ଅଧିକ ଲୋକ ରହୁଥିଲେ ।

ବିସ୍ଫୋରଣ ପରେ ୪ ଘଣ୍ଟାର ଅପରେସନ ପରେ ନିଆଁକୁ ଆୟତ୍ତ କରାଯାଇ ପାରିଛି । ତେବେ ଏହାପରେ ୨ଟି ମୃତଦେହ ସେଠାରୁ ଜବତ ହୋଇଛି । ଏହା ବ୍ୟତୀତ ଉଦ୍ଦାର ହୋଇଥିବା ୩୦ ଜଣଙ୍କ ମଧ୍ୟରୁ ୭ ଜଣ ଆହତ ଥିବା ସୂଚନା ମିଳିଛି । ସେପଟେ ବିସ୍ପୋରଣରେ ୬୦ ଲୋକ ପ୍ରାଣ ହରାଇଥିବା ମଧ୍ୟ ଦାବି ହୋଇଛି । ଋଷ ସେନା ଦକ୍ଷିଣ ୟୁକ୍ରେନର କ୍ରୁଜ ମିଶାଇଲ ଆଟାକ କରିଛି । ଏହାସହ ମାରିୟୁପୋଲ ଅଞ୍ଚଳର ଇସ୍ପାତ ଅଞ୍ଚଳରେ ମଧ୍ୟ ବିସ୍ଫୋରଣ ହୋଇଛି । ବିଜୟ ଦିବସ ସମାରୋହ ପୂର୍ବରୁ ଋଷ ଏହା ଉପରେ କବଜା କରିବା ଲକ୍ଷ୍ୟରେ ରହିଛି ।

Get real time updates directly on you device, subscribe now.