fbpx

ତାଜମହଲର ୨୨ ବନ୍ଦ କୋଠରୀ ଖୋଲିବା ନେଇ ଉଠିଲା ଦାବି, ଏଏସଆଇ ଯାଞ୍ଚ ପାଇଁ ଯାଚିକା ଦାୟର

ନୂଆଦିଲ୍ଲୀ: ଆଗ୍ରାରେ ଥିବା ବିଶ୍ୱ ପ୍ରସିଦ୍ଧ ତାଜମହଲର ବନ୍ଦ ରୁମ୍ ଖୋଲିବା ନେଇ ଦାବି ହୋଇଛି । ଭାରତୀୟ ପୁରାତତ୍ତ୍ୱ ବିଭାଗ ନିକଟରେ ତାଜ ମହଲର ବନ୍ଦ କୋଠରୀକୁ ଖୋଲିବା ପାଇଁ ଦାବି ଉଠିଛି ।

ବିଜେପିର ଅଯୋଧ୍ୟା ମିଡିଆ ପ୍ରଭାରୀ ହାଇକୋର୍ଟ ଲକ୍ଷେ୍ନø ବେଞ୍ଚରେ ଏନେଇ ଲକ ଯାଚିକା ଦାୟର କରିଛନ୍ତି । ଯାଚିକାରେ ତାଜମହଲର ୨୨ଟି ବନ୍ଦ କୋଠରୀ ଖୋଲିବା ପାଇଁ ଦାବି କରାଯାଇଛି । ଏହା ସହ ଏହି ସବୁ କୋଠରୀଗୁଡ଼ିକର ଏଏସଆଇ ଦ୍ୱାରା ଯାଞ୍ଚ କରିବାକୁ ମଧ୍ୟ ଦାବି କରାଯାଇଛି ।

ଯାଚିକାରେ ଦାବି କରାଯାଇଛି ଯେ ଏଏସଆଇର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ କମିଟି ଗଠନ କରାଯାଉ ଏବଂ ଏହି କମିଟି ଏହାର ରିପୋର୍ଟ ଦାଖଲ କରୁ । ଯାଚିକାରେ ଯାଚିକାରେ ଆହୁରି ମଧ୍ୟ କୁହାଯାଇଛି ଯେ ତାଜମହଲର ବନ୍ଦ କୋଠରୀ ମଧ୍ୟରେ ହିନ୍ଦୁ ଦେବା ଦେବୀଙ୍କ ମୂର୍ତ୍ତି ରହିଛି । ଏଥିପାଇଁ ଏଏସଆଇ କୋଠରୀକୁ ଖୋଲି ଏହାର ଯାଞ୍ଚ କରି ରିପୋର୍ଟ ଦେଉ ।

Get real time updates directly on you device, subscribe now.