fbpx
BSKY
BJD MC SKY
BJD YOUTH SKY

ବିଜେପିର ଦାବି: ଜରୁରୀକାଳୀନ ପରିସ୍ଥିତି ସମୟରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ କଠୋର ହୋଇଥିଲେ ଇନ୍ଦିରା

ନୁଆଦିଲ୍ଳୀ: ଦେଶର ବିଭିନ୍ନ ସ୍ଥାନରେ ସରକାରୀ ସମ୍ପତ୍ତିରେ ଜବରଦଖଲ କରିଥିବା ଲୋକମାନଙ୍କର ଘର ଏବଂ ଦୋକାନ ଆଦିକୁ ବୁଲଡୋଜର ଲଗାଇ ପ୍ରଶାସନ ଭାଙ୍ଗିବାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଏଭଳି ଚିତ୍ର ବିଶେଷ କରି ବିଜେପି ଶାସିତ ରାଜ୍ୟ ଗୁଡ଼ିକରୁ ଆସିବା ପରେ ବିଜେପିକୁ ବିରୋଧୀ ଟାର୍ଗେଟ କରିଥିଲେ ।

ବର୍ତ୍ତମାନ ବୁଲଡୋଜର ବିବାଦରେ ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଟାଣିଛି ବିଜେପି । ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଏକ ଟୁଇଟ୍ କରି କହିଛନ୍ତି ଯେ ଏପ୍ରିଲ୍ ୧୯୭୬ ରେ ଜରୁରୀକାଳୀନ ପରିସ୍ଥିତି ସମୟରେ ତୁର୍କମାନ୍ ଗେଟ୍ ଠାରେ ଇନ୍ଦିରା ପ୍ରଥମେ ସଂଖ୍ୟାଲଘୁମାନଙ୍କ ଉପରେ ବୁଲଡୋଜର ବ୍ୟବହାର କରିଥିଲେ।

ଏହା ସହ ସେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଟାକ୍ଷଚ କରିଛନ୍ତି । ସେ ଏକ ଟ୍ୱିଟରେ କହିଛନ୍ତି ଯେ ରାହୁଲଙ୍କଠୁ ଆରମ୍ଭ କରି କଂଗ୍ରେସର ସମସ୍ତ ନେତା ଭୁଲିବା ରୋଗରେ ପଡ଼ିଛନ୍ତି । ସେମାନଙ୍କ ଇତିହାସ ବିଷୟରେ ଜାଣି ନାହାଁନ୍ତି? ନାଜି ଏବଂ ଯିହୁଦୀମାନଙ୍କୁ ଭୁଲିଯାଅ। ଇନ୍ଦିରା ଗାନ୍ଧୀ ଭାରତରେ ଏକମାତ୍ର ଥିଲେ।” ଯିଏ ପ୍ରଥମ ଥର ତୁର୍କମାନ ଫାଟକରେ ସଂଖ୍ୟାଲଘୁମାନଙ୍କ ବିରୁଦ୍ଧରେ ଏକ ବୁଲଡୋଜର ଚଳାଇଥିଲେ।

ସେହିପରି ଆଉ ଏକ ଗମ୍ଭୀର ଆରୋପ ଲଗାଇ ପରବର୍ତ୍ତୀ ଟୁଇଟ୍‌ରେ ମାଲବ୍ୟ କହିଛନ୍ତି, “ଏପ୍ରିଲ ୧୯୭୬ ରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧୀ ମୁସଲମାନ ପୁରୁଷ ଓ ମହିଳାଙ୍କୁ ଜବରଦଖଲ କରିବା ପାଇଁ ଚେଷ୍ଟା କରିଥିଲେ। ।

Get real time updates directly on you device, subscribe now.