ଗୋପାଳପୁରଠୁ ୫୧୦ କିମି ଦୂରରେ ବାତ୍ୟା ‘ଅସାନି’: ଉପକୂଳ ଜିଲ୍ଲାରେ ଆଜିଠୁ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୀଷଣ ବାତ୍ୟା ‘ଅସାନି’ ଉପକୂଳର ନିକଟତର ହେବାରେ ଲାଗିଛି । ସମୁଦ୍ର ଭିତରେ ଆଗକୁ ବଢୁଛି ବାତ୍ୟା । ଗୋପଳପୁରର ଦକ୍ଷିଣ-ଦକ୍ଷିଣ ପଶ୍ଚିମକୁ ୫୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ପୁରୀଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୫୯୦ କିମି ଦୂରରେ ରହିଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରୁଛି ।

ଅନ୍ୟପଟେ ଆଜିଠାରୁ ବାତ୍ୟା ‘ଅସାନି’ର ପ୍ରଭାବ ପଡ଼ିବ । ଏହା ପ୍ରଭାବରେ ଉପକୂଳରେ ଆଜିଠାରୁ ବର୍ଷା ଆରମ୍ଭ ହେବ । ଆଜି ସନ୍ଧ୍ୟାରୁ ୧୨ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଓ କାଲି ପୁରୀ, ଗଜପତି, ଗଞ୍ଜାମରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କାଲି ୫ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହି ୫ଟି ଜିଲ୍ଲା ଯଥା କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ ଗଞ୍ଜାମରେ ବର୍ଷା ହେବ ।

୧୨ ତାରିଖରେ ପାରାଦୀପ ନିକଟରେ ‘ଅସାନି’ ଦୁର୍ବଳ ହୋଇ ବାତ୍ୟା ରୂପରେ ଅତିକ୍ରମ କରିବ । ଏଥିନେଇ ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦର, ପୁରୀ, ଗୋପାଳପୁର, ପାରାଦୀପ ଓ ଚାନ୍ଦବାଲି ୨ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ଭୁବନେଶ୍ୱର ପାଣିାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ, ୧୦ ତାରିଖ ଯାଏ ଅସାନୀ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ଉତ୍ତର ଆନ୍ଧ୍ର, ଓଡ଼ିଶା ଉପକୂଳକୁ ପହଞ୍ଚିବା ବେଳକୁ ତାହା ଗତି ଥ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗକୁ ମୁହାଁଇବ ।