fbpx

ଭୁବନେଶ୍ୱରରେ ଖୋଲିଲା ସେନ୍‌ସୋରି ପାର୍କ, ଦିବ୍ୟାଙ୍ଗ ଶିଶୁମାନେ ପାର୍କର ମଜା ନେଇପାରିବେ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱରରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ପାର୍କ ସରକାରଙ୍କ ଏକ ଅଭିନବ ପ୍ରୟାସ ଏବଂ ଏଥିରେ ଭିନ୍ନକ୍ଷମ ଶିଶୁମାନଙ୍କ ଶାରୀରିକ, ମାନସିକ ତଥା ସୃଜନଶୀଳ ଅଭିବୃଦ୍ଧି ପାଇଁ ବିଭିନ୍ନ ସୁବିଧା ରହିଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଙ୍ଗଳବାର ପୂର୍ବାହ୍ନରେ ଶହୀଦନଗରରେ ସେନ୍‌ସୋରି ପାର୍କ ଉଦ୍‌ଘାଟନ କରି ବା ଅବସରରେ କହିଛନ୍ତି ।

ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଏପରି ଉଦ୍ୟମ ଫଳରେ ଭିନ୍ନକ୍ଷମମାନଙ୍କ ସାମାଜିକ ମହାସ୍ରୋତରେ ସଂପୃକ୍ତି ସଶକ୍ତ ହୋଇପାରିବ । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ଅଧୀନରେ ୧୩୬୮ ବର୍ଗମିଟର ପରିମିତ ଅଂଚଳରେ ୦.୯୯ କୋଟି ଟଙ୍କା ବ୍ୟୟରେ ଏହି ପାର୍କ ନିର୍ମାଣ କରାଯାଇଛି । ଏଥିରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ବିଭିନ୍ନ ସୁବିଧା ରହିବ। ପାଥ୍‌ୱେ, ପାନୀୟ ଜଳ ଟ୍ୟାପ୍‌, ସ୍ୱତନ୍ତ୍ର ଆବଶ୍ୟକତା ରହିଥିବା ପିଲାମାନଙ୍କ ପାଇଁ ବିଭିନ୍ନ ଖେଳ ସାମଗ୍ରୀ ସୁବିଧା ଥିବା ଏହି ପାର୍କକୁ ଆସି ଭିନ୍ନକ୍ଷମ ଶିଶୁମାନେ ସେମାନଙ୍କ ମାନସିକ ଓ ଶାରୀରିକ ଅଭିବୃଦ୍ଧିର ସୁଯୋଗ ପାଇପାରିବେ । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ୩୦ ନଂ ୱାର୍ଡର କର୍ପୋରେଟର ରାଜକିଶୋର ଦାସ, ଭୁବନେଶ୍ୱର ସ୍ମାର୍ଟ ସିଟିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଓ ବିନୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.