fbpx

ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’: କାଲି ପର୍ଯ୍ୟନ୍ତ ଓଡ଼ିଶାର ୮ଟି ଜିଲ୍ଲାରେ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୀଷଣ ବାତ୍ୟା ‘ଅସାନି’ ଦୁର୍ବଳ ହୋଇ ଏବେ ବାତ୍ୟାରେ ପରିଣତ ହୋଇଛି । ଘଣ୍ଟାକୁ ୧୨ କିଲୋମିଟର ବେଗରେ ଆନ୍ଧ୍ରମୁହାଁ ହୋଇଛି ବାତ୍ୟା ‘ଅସାନି’ । ଖୁବଶୀଘ୍ର ଉତ୍ତର-ଉତ୍ତରପୂର୍ବ ଦିଗରେ କରିବ ରି-କର୍ଭ । ଗୋପାଳପୁରଠୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦କିମି ଦୂରରେ ‘ଅସାନି’ । ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରୁଛି । ଆନ୍ଧ୍ରପ୍ରଦେଶର କାକିନାଡ଼ା ପାଖରେ କରିପାରେ ଲ୍ୟାଣ୍ଡଫଲ୍ ।

ଏହା ପ୍ରଭାବରେ କାଲି ପର୍ଯ୍ୟନ୍ତ ଓଡ଼ିଶାର ୮ ଜିଲ୍ଲାରେ ବର୍ଷା ହେବ ବୋଲି ଆଶଙ୍କା କରାଯାଉଛି । କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.