ବ୍ୟକଙ୍ଗ (ଥାଇଲାଣ୍ଡ):ଭାରତୀୟ ମହିଳା ଦଳ କ୍ରମାଗତ ବିଜୟ ହାସଲ ସହିତ ଏଠାରେ ଚାଲିଥିବା ଉବର କପ ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ଗ୍ରୁପ ଡି’ରେ ସ୍ଥାନ ପାଇଥିବା ଭାରତୀୟ ମହିଳା ଦଳ ଗତକାଲି ପ୍ରଥମ ମ୍ୟାଚରେ କାନାଡାକୁ ୪-୧ରେ ପରାସ୍ତ କରିଥିବା ବେଳେ ମଙ୍ଗଳବାର ଦିନ ଅନୁଷ୍ଠିତ ମ୍ୟାଚରେ ଆମେରିକାକୁ ମଧ୍ୟ ୪-୧ ବ୍ୟବଧାନରେ ପରାସ୍ତ କରି ନକ୍ ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି ।
ଆମେରିକା ବିପକ୍ଷ ମ୍ୟାଚରେ ପିଭି ସିନ୍ଧୁ ପ୍ରଥମ ସିଙ୍ଗଲ୍ସ ମ୍ୟାଚ ଜିତିବା ପରେ ଭାରତୀୟ ମହିଳା ଯୋଡି ତନିଷା କ୍ରାଷ୍ଟୋ ଓ ତ୍ରିଶା ଜୋଲି ସଫଳ ପ୍ରଦର୍ଶନ ପୂର୍ବକଭାରତକୁ ୨-୦ରେ ଅଗ୍ରଣୀ କରାଇ ଥିଲେ । ପିଭି ସିନ୍ଧୁ ୨୧-୧୦,୨୧- ୧୧ରେ ଆମେରିକାର ଜେନି ଗେଇଙ୍କୁ ହରାଇ ଥିବା ବେଳେ ପ୍ରତମ ଡବଲ୍ସ ମ୍ୟାଚରେ ତନିଷା ଓ ତ୍ରିଶା ଆମେରିକୀୟ ଯୋଡି ଫ୍ରାନସେସ୍କାକୋରବେଟ ଓ ଆଲିସନ ଲିଙ୍କୁ ୨୧-୧୯,୨୧-୧୦ରେ ହରାଇ ଥିଲେ।
ସେହିପରି ଭାରତର ଅନ୍ୟତମ ମହିଳା ଖେଳାଳି ଆକାଶୀ କାଶ୍ୟପ ଦ୍ୱିତୀୟ ସିଙ୍ଗଲ୍ସ ମ୍ୟାଚରେ ଆମେରିକାର ଇସଥେର ଶିଙ୍କୁ ୨୧- ୧୮,୨୧-୧୧ରେ ପରାସ୍ତ କରିବା ପରେ ଭାରତ ୩-୦ରେ ଆଗୁଆ ହୋଇଥିଲା । ପାଲଟା ଡବଲ୍ସ ମ୍ୟାଚରେ ୟଙ୍ଗ୍ ଭାରତୀୟ ଯୋଡି ସିମରନ ସିଂ ଓ ରିତିକା ଠାକୁର ହାର ମାନି ଥିବା ବେଳେ ପଞ୍ଚମ ତଥା ଶେଷ ସିଙ୍ଗଲ୍ସ ମ୍ୟାଚରେ ରଶ୍ମିତା ଚାଲିହା ୨୧-୧୮, ୨୧-୧୩ରେ ଆମେରିକାର ନାତାଲେ ଚିଙ୍କୁ ପରାସ୍ତ କରିବା ଫଳରେ ଭାରତ ୩-୧ରେ ଏହି ମ୍ୟାଚ ଜିତି ନକ୍ ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି ।