fbpx

ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି ମେଡିକାଲରେ କାର୍ଯ୍ୟ କରିବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏଣିକି ରାଜ୍ୟର ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପାଇବେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ (ଏସଏଚଜି) । ଏସଏଚଜିର ମହିଳାମାନେ ରାଜ୍ୟର ସବୁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଦ୍ୟ ଯୋଗାଣ, ହାଉସକିପିଂ, ସଫେଇ ଭଳି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେବେ ।

ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ମେଡିକାଲ କଲେଜର ଡିନ୍ ବା ଅଧ୍ୟକ୍ଷ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ୩୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି । ଏଥିସହିତ ସମସ୍ତ ଏସଏଚଜିମାନଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲମାନଙ୍କରେ ଏସଏଚଜିମାନେ ୧୩ ପ୍ରକାରର କାମ ପରିଚାଳନା କରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମିଶନ ଶକ୍ତି ପକ୍ଷରୁ ଏକ ଯୁଗ୍ମ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିସହିତ ଜିଲ୍ଲାପାଳମାନେ ତୁରନ୍ତ ଏଚଏଚଜି ଚୟନ କରିବାକୁ କୁହାଯାଇଛି । ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ କଡ଼ା ବିରୋଧ କରିଛନ୍ତି ବିଭିନ୍ନ ଏଜେନ୍ସି । ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ପ୍ରାୟ ୫୦୦ ଏଜେନ୍ସିର ପାଖାପାଖି ୧୦ ହଜାର କର୍ମଚାରୀ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଜୀବିକା ହରାଇବେ ବୋଲି ଏଜେନ୍ସିମାନଙ୍କ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି ।

Get real time updates directly on you device, subscribe now.