fbpx

ନିଥାରୀ ହତ୍ୟାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଶୁଣାଇଲେ CBI କୋର୍ଟ

ନୂଆଦିଲ୍ଲୀ: ନୋଏଡାର ବହୁଚର୍ଚ୍ଚତ ନିଥାରୀ କାଣ୍ଡର ଆଉ ଏକ ମାମଲାରେ ସିବିଆଇ ସ୍ପେଶାଲ କୋର୍ଟ ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିକୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ସେପଟେ ଅନ୍ୟ ଅଭିଯୁକ୍ତ ମୋନିନ୍ଦର ସିଂହ ପନେ୍ଧରକୁ ଦେହ ବ୍ୟାପର ଅଭିଯୋଗରେ ଦୋଷୀ ପାଇବା ପରେ ୭ ବର୍ଷର ସଜା ଶୁଣାଇଛନ୍ତି । ଦୁଇ ଅଭିଯୁକ୍ତ ଡାସନା ଜେଲରେ ପୂର୍ବରୁ ଅନେକ ମାମଲାରେ ସଜା କାଟୁଛନ୍ତି ।

ସୂଚନାଯୋଗ୍ୟ, ସୁରେନ୍ଦ୍ର କୋଲିକୁ ୧୩ ମାମଲାରେ ମୃତ୍ୟୁ ଦଣ୍ଡ ଦେଇଥିଲେ କୋର୍ଟ ଏବଂ ତିନି ମାମଲାରେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଏପର୍ଯ୍ୟନ୍ତ କେବଳ ଗୋଟିଏ ମାମଲାରେ ରାଷ୍ଟ୍ରପତିଙ୍କ ଦ୍ୱାରା ଯାଚିକା ଖାରଜ ହେବା ପରେ ମେରଠରେ ଫାସୀ ଦିଆଯିବାର ଥିଲା, କିନ୍ତୁ ଡେରି ହେବାରୁ ସୁପ୍ରିମ କୋର୍ଟ ଫାସୀ ନିରସ୍ତ୍ର କରିଥିଲେ ଏବଂ ଫାସୀରେ ବିଳମ୍ବ ହେଉଥିବାରୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ସୂଚନାଯୋଗ୍ୟ, ୨୦୦୬ ରେ ନିଥାରୀ ଗ୍ରାମର କୋଠୀ ନମ୍ବର ଡି-୫ ରେ ନରକଙ୍କାଳ ମିଳିଥିଲା । ସେହି କୋଠୀ ନିକଟରେ ନାଳ ପାଖରେ ପିଲାଙ୍କ ଅବଶେଷ ମିଳିଥିଲା । ଏହି କେସ୍ ଗାଜିଆବାଦର ବିଶେଷ ସିବିଆଇ କୋର୍ଟରେ ଚାଲୁଛି । ନିଥାରୀ କାଣ୍ଡର ପୂରା ଖୁଲାସା ନିଖୋଜ ଥିବା ଜଣେ ଯୁବତୀ ପାୟଲ ଯୋଗୁଁ ହୋଇପାରିଥିଲା । ଆଉ ସଂପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବା ପରେ ଏହା ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା ।

ପଢ଼ନ୍ତୁ କ’ଣ ଥିଲା ସେହି ଲୋମ ଟାଙ୍କୁରା ହତ୍ୟାକାଣ୍ଡ…

Get real time updates directly on you device, subscribe now.