fbpx

(Video) ନିଥାରୀ ହତ୍ୟାକାଣ୍ଡ୍: ଜାଣନ୍ତୁ କେମିତି ଥିଲା ସେହି ଲୋମଟାଙ୍କୁରା ହତ୍ୟାକାଣ୍ଡ

୨୦୦୫ର ଭାରତର ସବୁଠୁ ଭୟଙ୍କର ହତ୍ୟା ମାମଲା ମଧ୍ୟରୁ ଗୋଟିଏ ହେଉଛି ନିଥାରୀ ହତ୍ୟା ଘଟଣା । ଯାହା ବିଷୟରେ ଶୁଣିଲେ ଆଜିବି ଆପଣଙ୍କ ହୃଦୟ ଥରି ଉଠିବ । ମଣିଷର ଏଭଳି ହୀନ ମାନସିକତା କେବେ ଦେଖିନଥିବେ । ଏତେ ବେକାବୁ ମୁଣ୍ଡ ସେକ୍ସ ପାଇଁ ପାଗଳ ହୋବା ଆଉ ଏଥିପାଇଁ ମଣିଷ ମାରିବା ଆଉ ତା ପରେ ମୃତ ଦେହ ସେକ୍ସ କରିବା, ଖାଲି ସେତିକି ନୁହେଁ ମୃତ ଦେହକୁ ଖଣ୍ଡ ଖଣ୍ଡ କରି କାଟି ରୋଷେଇ କରି ଖାଇବା  । ଏହି ଘଟଣା ସେତେବେଳେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଉ ଏହି ଲୋମଟାଙ୍କୁରା ଘଟଣାକୁ ପୂରିଛି ୧୭ ବର୍ଷ । ଦିଲ୍ଲୀ ନୋଏଡାର ନିଥାରୀ ଗ୍ରାମରେ ଘଟିଥିବା ଏହି ଘଟଣା ଆଜିବି କୋର୍ଟରେ ବିଚାରଧୀନ । ଏହି ଘଟଣାର ଅଭିଯୁକ୍ତ ପାଖା ପାଖି ୧୬  ଜଣ ଯୁବତୀ ଏବଂ ମହିଳାଙ୍କୁ ହତ୍ୟା କରି ସେମାନଙ୍କ ମୃତ ଶରୀର ସହ ସେକ୍ସ କରି ସେମାନଙ୍କ ଶରିରକୁ ଟିକ୍ ଟିକ୍ କରି ହାଣି ରୋଷଇ କରି କରିଖାଉଥିଲା  । ମାମଲା ଆଜିବି କୋର୍ଟରେ ବିଚାରଧୀନ ରହିଛି ।

ଘଟଣାଥିଲା କିଛି ଏମିତି… ୨୦୦୫ ରେ ନିଥାରୀ ପୋଲିସ ଷ୍ଟେସନରେ ଶିଶୁ ଏବଂ ମହିଳାଙ୍କ ନିଖୋଜ ହେବାର ବାରମ୍ବାର ଖବର ଆସୁଥିଲା । ଅଧିକାଂଶ ରିପୋର୍ଟ ଏହା କହି ଲେଖାଯାଉନଥିଲା ଯେ ଅଭିଭାବକ ନିଜ ପିଲାଙ୍କ ବୟସ କମ୍ କହୁଛନ୍ତି ଏବଂ ସେମାନେ ନାବାଳକ ନୁହେଁ ସାବାଳକ ଯେଉଁମାନେ ଘର ଛାଡ଼ି ଚାଲିଯାଇଛନ୍ତି । ଅନେକ ରିପୋର୍ଟରେ ଏହା ମଧ୍ୟ କୁହାଯାଉଥିଲା ଯେ ଝିଅ ସାବାଳକ ତେଣୁ କାହା ସାଙ୍ଗରେ ପଳାଇଯାଇଥିବ । କିନ୍ତୁ ବାରମ୍ବାର ଏଭଳି ଘଟଣା ଆଉ କାହାକୁ ଶାନ୍ତିରେ ସୁଆଇଦେଲା ନାହିଁ । ଏହାରି ମଧ୍ୟରେ ସେହି ବର୍ଷ ସେକ୍ଟର ଡି-୫ ରେ ପିଲାମାନେ ଯେତେବେଳେ  କ୍ରିକେଟ ଖେଳୁଥିଲେ ବଲ ଏକ ନାଳରେ ପଡ଼ିଯାଇଥିଲା । ଦୌଡ଼ି ଯାଇଥିଲେ ସେହି ନାଳକୁ ବଲ ଆଣିବାକୁ । ସେଠାରୁ ଏକ ପ୍ଲାଷ୍ଟିକ ବୋତଲରେ ଏକ କଟା ହାତ ମିଳିଥିଲା । ଯାହାକି ପୁରା ଅଞ୍ଚଳରେ ସମସ୍ତଙ୍କୁ ଚକିତ କରିଥିଲା । ସେପଟେ  ପୋଲିସ ଏହାକୁ କୌଣସି ଜୀବର ହାତ ବୋଲି କହିଥିଲା । କିନ୍ତୁ ପରେ ଜଣା ପଡ଼ିଥିଲା ଏହା ଏକ ଯୁବତୀଙ୍କ ହାତ ଥିଲା । ତେବେ ଗ୍ରାମବାସୀ ଏହା ବିଶ୍ୱାସ କରୁଥିଲେ ଯେ ଯେଉଁ ସ୍ଥାନରୁ ପିଲାମାନେ ନିଖୋଜ ହେଉଛନ୍ତିସେଠାରେ ଆତ୍ମା ବାସ କରୁଛି ।

ଏହାପରେ ପୁଣି ଥରେ ୭ ମେ ୨୦୦୬ରେ ନନ୍ଦଲାଲ ନାମକ ଜଣେ ବ୍ୟକ୍ତି ନିଜ ୨୬ ବର୍ଷର ଝିଅ ପାୟଲର ନିଖୋଜକୁ ନେଇ ପୋଲିସ ଷ୍ଟେସନରେ ପହଞ୍ଚନ୍ତି । ଆଉ ସେ  କହିଥିଲେ ପାୟଲ ମୋହିନଦର ପାନ୍ଧିିର ନାମକ ବ୍ୟକ୍ତିଙ୍କ ଘରକୁ ଯାଇ ଆଉ ଫେରିନଥିଲେ ଆଉ ଯେତେବେଳେ ମୋହିନ୍ଦରଙ୍କ ଘରେ ପହଞ୍ଚିଥିଲେ ମୋହିନ୍ଦରଙ୍କ ଚାକର ସୁରିନ୍ଦର କୋଲି ତାଙ୍କୁ ପାୟଲଙ୍କ ବିଷୟରେ କିଛି ଜାଣିନଥିବା କହିବା ସହ  ତଡ଼ିଦେଇଥିଲେ । ତେବେ ସେପଟେ  ପୋଲିସ ମଧ୍ୟ ଏହି ମାମଲାରେ କୌଣସି ଆଗ୍ରହ ଦେଖାଇନଥିଲା ଶେଷରେ ନନ୍ଦଲାଲ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତରୁ ଜଣାପଡ଼ିଥିଲା ଯେ ପାୟଲ ଶେଷ ଥର ପାଇଁ କୋଲିଙ୍କ ସହ କଥା ହେଇଥିଲେ ଏମିତିକି ତାଙ୍କ ଫୋନ ମଧ୍ୟ ମୋହିନନ୍ଦରଙ୍କ ଘରେ ଟ୍ରେସ ହୋଇଥିଲା । ଏହାପରେ ପୋଲିସ କୋଲିଙ୍କୁ ଗିରଫ କରିଥିଲା କିନ୍ତୁ କଲ ରେକର୍ଡ ଛଡ଼ା ଅନ୍ୟ କିଛି ପ୍ରମାଣ ନଥିବା କାରଣରୁ ଜାମିନ ମିଳିଯାଇଥିଲା ହେଲେ ସନ୍ଦେହ ଆହୁରି ବଢିଥିଲା ।

୨୦୦୬ ରେ ନୋଏଡାର ଏହି ନିଥାରୀ ଗ୍ରାମ ଯେଉଁ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା ତାହା ଅତି ଭୟଙ୍କର ରହିଥିଲା । ଯାହା କାହାକୁବି ଡରାଇଦେବ ଏବଂ ଆଖିରୁ ଲୁହ ଆସିଯିବ । ନୋଏଡା ସେକ୍ଟର ଡି ୩୧ ବଙ୍ଗଳା  ନମ୍ବର ପଛରେ ଥିବା ଏକ ନାଳରୁ ପ୍ଲାଷ୍ଟିକ ଡ଼ବାରେ ଅନେକ ନରକଙ୍କାଳ ମିଳିଥିଲା ଯାହାକୁ ଦେଖି ପୂରା ଦେଶ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏହାପରେ ତଦନ୍ତ ପୁଣି ଜୋର୍ ଧରିଥିଲା ଏବଂ ପୋଲିସ ମୋହିନ୍ଦର ଏବଂ ସୁରିନ୍ଦର କୋଲିଙ୍କୁ ଗିରଫ କରିଥିଲା । ମାମଲାର ଏତେ ଚାପ ଯୋଗୁଁ ୧୦ ଜାନୁଆରୀ ୨୦୦୭ରେ ସିବିଆଇ ହାତକୁ ନେଇଥିଲା । ପାନ୍ଧିର ଏବଂ କୋହଲିକୁ ସିବିଆଇ ହେପାଜତରେ ରଖାଯାଇଥିଲା । ୧୬ ଦିନର କଷ୍ଟଡିରେ ସବିଆଇକୁ ପୁଣି ଏମାନଙ୍କ ବିରୋଧରେ ଆଉ କୌଣସି ପ୍ରମାଣ ମିଳିନଥିଲା ।

ପାନ୍ଧୀରର ପୂରା ପରିବାର ଚଣ୍ଡିଗଡ଼ରେ ରହୁଥିଲେ ଏବଂ ସେ ଏକୁଟିଆ ନିଜ ଚାକର ସହ ଡି ୫ବଙ୍ଗଳାରେ ରୁହୁଥିଲା । ଏହା ମଧ୍ୟ ଜଣାପଡ଼ିଥିଲା ଯେ ପାନ୍ଧୀର ନିଜ ବଙ୍ଗଳାକୁ କଲ ଗାର୍ଲଙ୍କୁ ମଧ୍ୟ  ଡାକୁଥିଲା । ଶେଷରେ  ୨୭ ଫେବୃଆରୀ ୨୦୦୭ରେ କୋହଲି ନିଜ ଅପରାଧ ସ୍ୱୀକାର କରିଥିଲା । ୯ ଜଣ ଶିଶୁ କନ୍ୟା, ୫ ମହିଳା ଏବଂ ୨ ନାବାଳିକାଙ୍କୁ ସୁରିନ୍ଦର କୋହଲି କୌଣସି ଉପାୟରେ ଡି-୫ ଭିତରକୁ ନେଇଯାଉଥିଲା ଏବଂ ସେମାନଙ୍କ ହତ୍ୟା କରୁଥିଲା । ଖାଲି ସେତିକି ନୁହେଁ ସେ ମୃତକଙ୍କ ଶରୀର ସହ ସେକକ୍ସ ମଧ୍ୟ କରିଥିବା କହିଥିଲା । ସୁରିନ୍ଦର ଏହା ମଧ୍ୟ କହିଥିଲା ଯେ ସେ ମୃତ ଶରୀରକୁ ନେଇ ବାଥରୁମରେ ଟିକ୍ ଟିକ୍ କରି କାଟୁଥିଲା ଏବଂ ତାକୁ ରୋଷେଇ କରି ଖାଉଥିଲା ଏବଂ ଯେଉଁ ବଡି ପାର୍ଟ ବଞ୍ଚିଥିଲା ତାହାକୁ ଏକ ପ୍ଲାଷ୍ଟିକ୍ ବ୍ୟାଗରେ ପୂରାଇ ପଛ ପଟେ ଥିବା ନାଳରେ ଫିଙ୍ଗିଦେଉଥିଲା । ସିବିଆଇକୁ ଯାଞ୍ଚରେ ଏହା ଜଣାପଡ଼ି୍ଥିଲା ଯେ ସେଠାକାର ଚୌକିଦାର ସିମରନଜିତ୍ କୌରଙ୍କୁ ମାନ୍ଦିର ଲାଞ୍ଚ ଦେଉଥିଲା ।

ସେପଟେ କୋର୍ଟ ଟ୍ରାଏଲ ସମୟରେ ୧୦ ସେପ୍ଟେମ୍ବର ୨୦୦୯ ରେ କୋଲି ଏବଂ ପାନ୍ଦିରକୁ ୧୪ ବର୍ଷର ରିମ୍ପା ହରଦାଲଙ୍କ ଦୁଷ୍କର୍ମ ଏବଂ ମର୍ଡର  ପାଇଁ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ ଟ୍ରାଏ କୋର୍ଟ । କିନ୍ତୁ ସେହି ସମୟରେ ଆଲାହାବାଦ ହାଇକୋର୍ଟ ପାନ୍ଦୀରକୁ ଏହି ମାମଲାରେ ନିର୍ଦ୍ଦୋଷ ପାଇଥିଲେ ଏବଂ ସେପଟେ କୋଲିକୁ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ । ୭ ଜାନୁଆର ୨୦୧୭ରେ ସୁପ୍ରିମକୋର୍ଟରେ ଏକ ଆବେଦନ ଯୋଗୁଁ କୋଲିର ମୃତ୍ୟୁ ଦଣ୍ଡ ଉପରେ ରୋକ୍ ଲାଗିଥିଲା ଏବଂ କିଛି ସମୟ ପରେ କୋଲିର ମୃତ୍ୟୁ ଦଣ୍ଡ ହଟିଯାଇଥିଲା ।  କିନ୍ତୁ ଏହାପରେ ପୁଣି ୨୪ ଜୁଲାଇ ୨୦୧୭ରେ ସିବିଆଇ କୋର୍ଟ ମୋନିନ୍ଦର ପାନ୍ଧିର ଏବଂ ସୁରିନ୍ଦର କୋଲିଙ୍କୁ ପିଙ୍କି ସରକାରଙ୍କ ମର୍ଡର ଏବଂ ରେପ୍ ମାମଲାରେ ମୃତ୍ୟୁ ଦଣ୍ଡ ଶୁଣାଇôଥଲେ ।

ଶେଷରେ କୋଲି ୧୬ ଜାନୁଆରୀ ୨୦୨୧ ରେ ୧୨ ତମ ନିଥାରୀ ମର୍ଡର କେସ୍ରେ କୌଣସି ବାୟୋଲୋଜିକ୍ ପ୍ରମାଣ ନମିଳିବାରୁ କୋଲିକୁ ଦୋଷମୁକ୍ତ କରିଥିଲେ ଏବଂ ପାନ୍ଧୀରକୁ ନିର୍ଦ୍ଦୋଷ କହିଥିଲେ । ଏହି କେସରେ ଏପର୍ଯ୍ୟନ୍ତ ଶୁଣାଣି ହେବାକୁ ବାକି ରହିଛି । ଦୁଇ ଅପରାଧୀ ଦାସନା ଜେଲରେ ରହିଛନ୍ତି । ସିବିଆଇ ତରଫରୁ କୁହାଯାଇଛି ଯେ ସବୁ ପ୍ରମାଣ ଏହା ସଙ୍କେତ ଦେଉଛି କୋଲି ୧୬ ମର୍ଡର କରିଛି ଏବଂ ଏହାର କୌଣସି କନେକ୍ସନ ପାନ୍ଧୀର ସହ ନାହିଁ ବୋଲି ।

ତବେ ପାନ୍ଧୀରକୁ କେବଳ ଏକ ଟ୍ରାଫିକିଂ କେସରେ ଦୋଷୀ ମିଳିଥିଲା । କିନ୍ତୁ ପୀତଡ଼ିତ ପରିବାର ଲୋକ ଚାପ ଯୋଗୁଁ ଗାଜିଆବାଦ କୋର୍ଟ ପାନ୍ଧିରଙ୍କୁ ଆଉ ୫ ଟି ମାମଲାରେ ଦୋଷୀ ଭାବରେ ପାଇଲେ । ଏହି ମାମଲାରେ ଏବେବି କୋର୍ଟରେ ବିଚାରଧୀନ ରହିଛି । ତେବେ ଏତେ ସବୁ ହେବା ପରେ ମଧ୍ୟ ସୁରିନ୍ଦର କୋଲିର ଚେହେରାରେ କୋର୍ଟ ପଶ୍ଚାତାପ ନଥିଲା । ଯାହାକୁନେଇ ସେ ମାନସିକ ସ୍ତରରେ ବିକୃତ ଥିବାନେଇ ମଧ୍ୟ କୁହାଯାଉଥିଲା । ଗିରଫ ହେବା ପରେ ମଧ୍ୟ ତା’ର ମୁହଁରେ ଏକ ଖୁସିରହିଥିବା ନେଇ କହିଥିଲେ ଯାଞ୍ଚ କରୁଥିବା ଅଧିକାରୀ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ୨୦୦୫ – ୬ରେ ନିଥାରୀ ଏବଂ ଏହାର ଆଖପାଖ ଅଞ୍ଚଳରୁ ପ୍ରାୟ ୫୦ ପିଲା ଗାଏବ ହୋଇଥିଲେ ଯେଉଁଥିରୁ କେବଳ ୧୬ ମୃତ ଶରୀର ମିଳିଥିଲା ଯାହାର ଦୋଷୀ କୋଲି ଥିଲେ ତେଣୁ ଏଠାରେ ପ୍ରଶ୍ନ ଉଠୁଛି ବାକି ପିଲା ଗଲେ କୁଆଡ଼େ? ୨୦୧୪ ରେ ସୁରିନ୍ଦରଙ୍କ ମା ସୁରିନ୍ଦରଙ୍କୁ ଦେଖା କରିବାକୁ ଜେଲ ଆସିଥିଲେ ଏବଂ ଏହାପରେ ସେ କହିଥିଲେ ସୁରିନ୍ଦର କାହାର ହତ୍ୟା କରିପାରିବ ନାହିଁ ସେ କହିଥିଲେ ସୁରିନ୍ଦରକୁ ବ୍ୟବହାର କରାଯାଇଛି ଏବଂ ସେ କହିଥିଲେ ଯଦି ପାନ୍ଧୀରକୁ ଦଣ୍ଡ ମିଳୁନାହିଁ ତେବେ ସୁରିନ୍ଦରଙ୍କୁ ବି ଦଣ୍ଡ ନମିଳୁ । ଯଦି ସୁରରନନ୍ଦରକୁ ମୃତ୍ୟୁ ଦିଆଯିବ ତେବେ ପାନ୍ଧୀରକୁ ଦଣ୍ଡ ଦିଆଯିବା ଦରକାର ।

ସାଧାରଣ ଶରୀରକୁ ମାଟିରେ ମିଶିବା ପାଇଁ ୩ ବର୍ଷ ଲାଗିଥାଏ । ଆଉ ଯଦି ସୁରିନ୍ଦର ଏହି ସବୁ ଶରୀରକୁ ନାଳରେ ଫିଙ୍ଗିଥିଲେ ତେବେ କାହାରିକୁ ଏହାର ଗନ୍ଧ କିପରି ହୋଇନଥିଲା । ଏଭଳି ଅନେକ ପ୍ରଶ୍ନ ଆଜିବି ଏହି କେସରେ ରହିଛି । ତେବେ ଆଜିବି ଏହି ମାମଲା ଏମିତି ରହସ୍ୟ ମୟ ହୋଇରହିଛି ।

 

Get real time updates directly on you device, subscribe now.