fbpx
BJD SKY
BJD SKY

ଗୋପାଳପୁରରେ ବିଜୁ ଆଡଭେଞ୍ଚର ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

BJD

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୋପାଳପୁରେ ବିଜୁ ଆଡଭେଞ୍ଚର ପାର୍କ ଉଦଘାଟନ କରିଛନ୍ତି । ଏହି ପାର୍କରେ ଥିବା ଅତ୍ୟାଧୁନିକ ସୁବିଧା ଗୋପାଳପୁରର ପର୍ଯ୍ୟଟନକୁ ଆଗକୁ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପାର୍କ ଯୁବପିଡିଙ୍କୁ ସାହାସିକ ଖେଳ ପାଇଁ ବହୁଳ ଭାବରେ ଆକୃଷ୍ଟ କରିବ ।

ଏହି ପାର୍କଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହୋଇଛି । ଯାହା ତାଙ୍କର ବିମାନ ଚଳା ଏବଂ ଦୃଢ଼ ସାହାସିକତା ପାଇଁ ତାଙ୍କ ପ୍ରତି ସମ୍ନାନ ଅଟେ । ଏହି ପାର୍କଟିର ପୁନଃ ନିର୍ମାଣରେ ଅଢେଇ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଏହି ପାର୍କରେ ନଦୀ ପାର ହେବା ପାଇଁ ଜୀପ ଲାଇନ ସମେତ ବିଭିନ୍ନ ଆଧୁନିକ ସାହସିକାତ ଖେଳ ସେଟଅପ ହୋଇଛି । ଏଥୀ ସହିତ ପର୍ଯ୍ୟଟକେ ଶାନ୍ତ ଏବଂ ସୁନ୍ଦର ବେଳାଭୁମିର ଦୃଶ୍ୟ ମଧ୍ୟ ଦେଖିବାକୁ ପାଇବେ । ଏଥି ସହିତ ଗନ ଶୁଟିଂ ରକ୍ କ୍ଲାଇମ୍ବିଂ, ରାପେଲିଂ, ଡ୍ୟାସିଂ କାର୍, ଜୋର୍ବିଙ୍ଗ୍ ଇତ୍ୟାଦି ଅନେକ ସବୁ ମଜାଦାର ଖେଳ ଆରମ୍ଭ ହୋଇଛି । ଏହା ଦ୍ୱାରା ଗୋପାଳପୁରରେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ।

 

 

Get real time updates directly on you device, subscribe now.