fbpx
BJD SKY
BJD SKY

ଭାରତ ସହ ଶାନ୍ତିପୂର୍ଣ୍ଣ ସମ୍ପର୍କ ଆଶା କରୁଛି ପାକିସ୍ତାନ-ଶେହବାଜ

BJD

ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପରେ ଶୁଭେଚ୍ଛା ଜଣାଇବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶାହାବାଜ ସରିଫ। ଏଥି ସହିତ ସେ କହିଛନ୍ତି ତାଙ୍କ ଦେଶ ଭାରତ ସହିତ ଶାନ୍ତି ଏବଂ ଏକ ସୁସ୍ଥ ସମ୍ପର୍କ ଚାହେଁ ।

ଗତକାଲି ଶାହାବଜ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଟ୍ୱିଟ୍ କରି ଶାହାବାଜଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଲେଖିଥିଲେ, ଭାରତ ଆତଙ୍କବାଦ ମୁକ୍ତ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଚାହୁଁଛି । ଯାହା ଫଳରେ ଆମେ ଆମ ଦେଶର ଜନତାଙ୍କ ଉନ୍ନତିରେ ଲକ୍ଷ୍ୟ ଦେଇ ପାରିବା ।

ଏହାର ଯବାବରେ ଶାହାବାଜ ସରିଫ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । କହିଥିଲେ ପାକିସ୍ତାନ ଭାରତ ସହିତ ଶାନ୍ତି ଏବଂ ସହଯୋଗି ସମ୍ପର୍କ ଚାହୁଁଛି । ଏଥି ପାଇଁ ଜାମ୍ମୁ କାଶ୍ମୀର ସମେତ ଦୁଇ ଦେଶ ମଧ୍ୟରେ ଥିବା ବିବାଦର ସମାଧାନ ଜରୁରୀ। ଆତଙ୍କବାଦୀ ଲଢେଇରେ ପାକିସ୍ତାନର ବଳିଦାନ ବିଷୟରେ ସମସ୍ତଙ୍କୁ ଜଣା । ଦୁଇ ଦେଶର ଜନତାଙ୍କ ସାମାଜିକ ତଥା ଆର୍ଥିକ ଉନ୍ନତିରେ ଧ୍ୟାନ ଦେଇ ପାରିବା ।

ଶାହାବାଜ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ପ୍ରଥମ ଭାହଣରେ କହିଥିକଲେ ଯେ ତାଙ୍କ ଦେଶ ଭାରତ ସହିତ ଭଲ ସମ୍ପର୍କ ଚାହୁଁଛି । କିନ୍ତୁ ଏଥି ପାଇଁ କାଶ୍ମୀର ସମ୍ବନ୍ଧରେ ସ୍ଥାୟୀ ସମାଧାନ ଜରୁରୀ । ଇମ୍ରାନ ଖାନଙ୍କୁ ଗାଦିଚ୍ୟୁତ କରିବା ପରେ ବିରୋଧୀ ଦଳର ନେତା ଭାବରେ ସଂସଦରେ ନିର୍ବାଚିତ ହୋଇ ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ଭାରେ ନିର୍ବାଚିତ ହୋଇଥିଲେ ।

 

 

Get real time updates directly on you device, subscribe now.