fbpx

ଗେ’ ଓ ବାଇସେକ୍ସୁଆଲ ପୁରୁଷ ସାବଧାନ୍! ‘ମଙ୍କିପକ୍ସ’କୁ ନେଇ ବିଟ୍ରେନ୍ ବିଶେଷଜ୍ଞ ଜାରି କଲେ ଚେତାବନୀ

ଲଣ୍ଡନ: କରୋନା ପରେ ମଙ୍କିପକ୍ସ ଭାଇରସ୍ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହାରି ମଧ୍ୟରେ ୟୁକେର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ଗେ’ ଓ ବାଇସେକ୍ସୁଆଲ ପୁରୁଷଙ୍କ ପାଇଁ ଚେତାବନି ଜାରି କରିଛି । ଶରୀରରେ ସାମାନ୍ୟ କ୍ଷତ ବା ଘା’ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ଏଜେନ୍ସି କହିଛି । ମେ’ ୬ରୁ ନବମ ମଙ୍କିପକ୍ସ ମାମଲା ରିପୋର୍ଟ ଆସିବା ପରେ ଏପରି ଚେତାବନୀ ଜାରି କରିଛି ବ୍ରିଟେନ ।

ବ୍ରିଟେନର ଜନସ୍ୱାସ୍ଥ୍ୟ ସଂସ୍ଥା କହିଛି ଯେ, ଏହି ଜୀବାଣୁ ଲୋକଙ୍କ ମଧ୍ୟରେ ସହଜରେ ବିସ୍ତାର ହୁଏ ନାହିଁ । କିନ୍ତୁ ନିକଟରେ ଏହି ମାମଲା ସମଲିଙ୍ଗୀ, ବାଇସେକ୍ସୁଆଲ୍ ଏବଂ ଏମଏସଏମ୍ ସମ୍ପ୍ରଦାୟରେ ଦେଖିବାକୁ ମିଳୁଛି । ଏହି ଗୋଷ୍ଠୀମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଉଛୁ ଏଜେନ୍ସି । ତାଙ୍କ ଶରୀରରେ ଯେକୌଣସି ଅଂଶ ବା ବିଶେଷ କରି ଯୌନଅଙ୍ଗରେ ଘା’ ହେଉଥିଲେ, ସ୍ୱାସ୍ଥ୍ୟ ବିଭାଗ ସହ ସମ୍ପର୍କ କରିବାକୁ କୁହାଯାଇଛି ।

ତେବେ ମଙ୍କିପକ୍ସ ଏକ ବିରଳ ଭାଇରସ୍ ଓ ଏହା ଅତି ସହଜରେ ବ୍ୟାପିନଥାଏ । ଏହି ଭାଇରସ୍ ଉପରେ ଏକ ଅଧ୍ୟୟନ କରାଯାଇଛି । ଏହାର ଲକ୍ଷଣ ବି ସାମାନ୍ୟ । ଆଶ୍ୱସ୍ତିକର ଖବର କି, ଏଥିରେ ପୀଡିତ ରୋଗୀ କିଛି ସପ୍ତାହରେ ଠିକ୍ ହୋଇପାରିବେ । ଅବଶ୍ୟ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହେଲେ ଏହା ବିପଜ୍ଜନକ ହୋଇପାରେ । ଗତବର୍ଷ ଜୁଲାଇରେ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି ଏହି ଭାଇରସରେ ସଂକ୍ରମିତ ହୋଇଥିଲେ ।

‘ମଙ୍କିପକ୍ସ୍‌’ ଭୂତାଣୁ ବସନ୍ତ ସୃଷ୍ଟି କରାଉଥିବା ‘ଅର୍ଥୋପୋକ୍ସ୍‌ଭାଇରସ୍‌’ ପରିବାରର। ଏହି ଭୂତାଣୁକୁ ବସନ୍ତ ଟିକାରେ ବ୍ୟବହାର କରାଯାଇଥିଲା। ‘ମଙ୍କିପକ୍ସ୍‌’ର ଲକ୍ଷଣ ବସନ୍ତ ଲକ୍ଷଣ ସହ ତୁଳନୀୟ ହେଲେ ବି ଏତେ ସାଙ୍ଘାତିକ ନୁହେଁ।

ଟିକାକରଣ ଯୋଗୁଁ ୧୯୮୦ ମସିହାରୁ ବସନ୍ତ ରୋଗ ନିର୍ମୂଳ ହୋଇଯାଇଥିଲେ ବି କେନ୍ଦ୍ରୀୟ ଓ ପଶ୍ଚିମ ଆଫ୍ରିକା ଭଳି କେତେକ ଦେଶରେ ‘ମଙ୍କିପକ୍ସ’ ଭୂତାଣୁ ଏବେ ବି ରହିଛି।

‘ମଙ୍କିପକ୍ସ୍‌’ରେ ଆକ୍ରାନ୍ତ ହେଲେ ଦେହହାତରେ ଫଳି ଯାଇ ଘା’ ହେବା ସହ ଜ୍ବର ହୋଇଥାଏ। ଏହାଛଡ଼ା, କେତେକ ଆକ୍ରାନ୍ତଙ୍କ କ୍ଷେତ୍ରରେ ଜ୍ବର ସହ ଥଣ୍ଡା, ମୁଣ୍ଡବିନ୍ଧା, ମାଂସପେଶୀ ବିନ୍ଧା, ଅବସନ୍ନ ଆଦି ଲକ୍ଷଣ ଦେଖାଯାଏ।

Get real time updates directly on you device, subscribe now.