fbpx

ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ୧୭ ସମ୍ପତ୍ତି ଉପରେ ସିବିଆଇ ରେଡ୍

ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ  ଲାଲୁ ଯାଦବଙ୍କ ପାଇଁ ପୁଣି ବଢ଼ିଛି ଅଡୁଆ । ସିବିଆଇ ଲାଲୁ ଏବଂ ତାଙ୍କ ପରିବାର ବିରୋଧରେ ଏକ ନୂଆ ମାମଲା ରୁଜୁ କରିଛି । ଏହି କେସ ଲ୍ୟାଣ୍ଡ୍ ଫର୍ ଜବ୍ ସ୍କାମ ଅର୍ଥାତ୍ ରେଲୱେରେ ଚାକିରି ବଦଳରେ ପ୍ରପର୍ଟୀ ନେବା ସହ ଜଡ଼ିତ ରହିଛି । ସିବିଆଇ ଏହି ମାମଲାରେ ଶୁକ୍ରବାର ଲାଲୁ ଯାଦବଙ୍କ ପାଟଣା, ଗୋପାଳଗଞ୍ଜ ଏବଂ ଦିଲ୍ଲୀରେ ପାୟ ୧୭ ଟି ସ୍ଥାନରେ ରେଡ୍ କରିଛି । ତେବେ ଆସନ୍ତ ଜାଣିବା ଯେ କ’ଣ ଏହି କେସ୍…

ଏହି ମାମଲା ସେହି ସମୟର ଯେତେବେଳେ ଲାଲୁ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିଲେ । ଅଭିଯୋଗ ହୋଇଛି ଯେ ଲାଲୁ ଯାଦବ ୟୁପିଏ ସରକାର ସମୟରେ ରେଳମନ୍ତ୍ରୀ ଥିବା ସମୟରେ ଚାକିରି ଦେବା ପାଇଁ ଲାଞ୍ଚ ଭାବରେ ପ୍ରପର୍ଟୀ ନେଉଥିଲେ । କୁହାଯାଉଛି ଯେ ସିବିଆଇ ପାଖରେ ଏନେଇ ୧୨ ରୁ ଅଧିକ ମାମଲାରେ ପ୍ରମାଣ ମିଳିଛି । ଆଉ ଅଭିଯୋଗ ପରେ ଆଇପିସି ଧାରା ୧୨୦ ବି ( ଅପରାଧିକ ଷଡ଼ଯନ୍ତ୍ର ଏବଂ ଭ୍ରଷ୍ଟାଚାର ରୋକିବା ଅଧିନିୟମ) ଅନୂଯାୟୀ ମାମଲା ରୁଜୁ କରିଛି ସିବିଆଇ । ସିବିଆଇର ଏଫଆଇଆରରେ ଲାଲୁ ଯାଦବ, ରାବଡ଼ୀ ଦେବୀ, ମୀସା ୟାଦବ, ହେମା ୟାଦବ ଏବଂ କିଛି ଏଭଳି ଆଶାୟୀଙ୍କ ନାମ ରହିଛି, ଯେଉଁମାନଙ୍କୁ ପ୍ରପର୍ଟୀ ବଦଳରେ ଚାକିରି ମିଳିଛି ।

ସିବିଆଇ ରେଡ୍ ଏଭଳି ସମୟରେ ହୋଇଛି ଯେତେବେଳେ କିଛି ସପ୍ତାହ ପୂର୍ବରୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଜାମିନ ମିଳିବା ପରେ ଲାଲୁ ଯାଦବ ଜେଲରୁ ବାହାରକୁ ଆସିଛନ୍ତି । ଲାଲୁ ଯାଦବଙ୍କୁ ଚାରା ଘୋଟାଲ ସହ ଜଡ଼ିତ ଡୋରଣ୍ଡା ଟ୍ରେଜରୀ ମାମଲାରେ ଜାମିନ ମିଳିଥିଲା । ୧୯୯୦ ରୁ ୧୯୯୫ ଡୋରଣ୍ଡା କୋଷାଗାରାରୁ ୧୩୯ କୋଟି ଟଙ୍କା ବାହାର କରାଯାଇଥିଲା । ପ୍ରାୟ ୨୭ ବର୍ଷ ପରେ କୋର୍ଟ ଚଳିତ ବର୍ଷ ଫେବୃଆରୀରେ ଏହି ଘୋଟାଲା ଉପରେ ଶୁଣାଣି କରିଥିଲେ, ଆଉ ଏଥିରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ ହୋଇଥିଲେ, ଆଉ ତାଙ୍କୁ ୫ ବର୍ଷର ଜେଲ ଦଣ୍ଡ ହୋଇଥିଲା ।

ତେବେ ବର୍ତ୍ତମାନ ଲାଲୁଙ୍କ ସମ୍ପତ୍ତିରେ ରେଡ୍ ହେବାକୁ ନେଇ ଆରଜେଡି ବିଧାୟକ ମୁକେଶ ରୋଶନ କହିଛନ୍ତି ଯେ ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବଙ୍କ ମଧ୍ୟରେ ବଢ଼ୁଥିବା ବନ୍ଧୁତାକୁ ନେଇ ବିଜେପି ଖୁସି ନାହିଁ, ବିଜେପିର ଇଶାରାରେ ହିଁ ସିବିଆଇ ରେଡ ହେଉଛି । ରୋଶନ ଆହୁରି କହିଛନ୍ତି ଯେ ବିଜେପି ଲାଲୁଙ୍କ ପରିବାରୁ ହଇରାଣ କରିବା ଉଦ୍ଦେଶ୍ୟରେ ଏହି ରେଡ କରୁଛି ।

Get real time updates directly on you device, subscribe now.