fbpx

ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା: ଭିଡିଓ ଭାଇରାଲକୁ ନେଇ ଥାନାରେ ଏତଲା ଦେଲେ ବର୍ଷା

କଟକ: ଓଲିଉଡ୍ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ଅଭିଯୋଗ କରିଛନ୍ତି ଯେ, ଅନୁଭବ ବାରମ୍ବାର ଭିଡିଓ ଅପଲୋଡ କରି ଅଯଥା ବିବାଦ ସୃଷ୍ଟି କରୁଛନ୍ତି। ଗତ ଦୁଇଦିନ ମଧ୍ୟରେ ଅନୁଭବ ଦୁଇଟି ଭିଡିଓ ପୋଷ୍ଟ କରୁି ନିଜର ମନ କଥା କହି ଦୁହିଁଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଥିଲେ ଅନୁଭବ।

ବର୍ତ୍ତମାନ ତାଙ୍କର ଏହି ଭିଡିଓକୁ ନେଇ ଏତକା ଦାୟର କରିଛନ୍ତି ବର୍ଷା। ସେ ଅଭିଯୋଗ କରିଛନ୍ତି ଯେ, ମନଗଢ଼ା କାହାଣୀ କହି ମୋତେ ଅକ୍ଷେପ କରୁଛନ୍ତି ଅନୁଭବ। ମିଥ୍ୟା ଅଭିଯୋଗ କରି ମୋ ନାରୀତ୍ୱକୁ ସେ ଅପମାନିତ କରିଛନ୍ତି। ବିବାହ ପରେ ଶାରୀରିକ ସମ୍ପର୍କ ବିଷୟରେ ମିଛ କହି ମୋ ଚରିତ୍ର ସଂହାର କରୁଛନ୍ତି। ଏହିଭଳି ଅଭିନୟ କରି ମୋତେ କଳଙ୍କିତ କରି ପ୍ରତିଶୋଧ ନେଉଛନ୍ତି ବୋଲି ବର୍ଷା ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି।

ମାମଲା କୋର୍ଟରେ ବିଚାର ଥିବା ବେଳେ ଅନୁଭବ ଭିଡିଓ କରି ଭାଇରାଲ କରୁଛନ୍ତି। ମୋ ବିରୁଦ୍ଧରେ ଅରୁଚିକର ମନ୍ତବ୍ୟ ଦେଇ ସମସ୍ତଙ୍କ ଧ୍ୟାନ ଆକର୍ଶଣ କରିବାକୁ ଚାହୁଁଛନ୍ତି ବୋଲି ବର୍ଷା ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.