ସହଜ ନଥିଲା ବିଜୁଳିର ଆବିଷ୍କାର, ଜାଣନ୍ତୁ କେମିତି ଥିଲା ଇଲେକ୍ଟିସିଟିର ଇତିହାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ଦୁନିଆରେ ବିଜୁଳି ବିନା ଜୀବନ ଅସମ୍ଭବ ହୋଇପଡ଼ୁଛି । ବିଜୁଳି ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ତାହା ସମସ୍ତେ ଜାଣନ୍ତି । ଆଜି ଆମକୁ ପ୍ରତି ଛୋଟରୁ ଛୋଟ କାମ ପାଇଁ ବିଜୁଳିର ଆବଶ୍ୟକତା ପଡ଼ୁଛି । ମୋବାଇଲ ଚାର୍ଜ କରିବାଠାରୁ ଆରମ୍ଭ କରି ବଡ଼ ବଡ଼ ଫ୍ୟାକ୍ଟ୍ରି ଚଳାଇବା ପାଇଁ ବିଜୁଳିର ଆବଶ୍ୟକତା ରହିଛି । ଖାଦ୍ୟ, ବସ୍ତ୍ର ବାସଗୃହ ପରି ବିଜୁଳି ଆମ ପାଇଁ ଏକ ଜରୁରୀ ସାଧନ ହୋଇପଡ଼ିଛି । କିନ୍ତୁ କ’ଣ ଆପଣ ଜାଣନ୍ତି ବିଜୁଳିର ଆବିଷ୍କାର କେବେ ଓ କିପରି ହୋଇଥିଲା? ଏବଂ ଏହାକୁ କିଏ ଆବିଷ୍କାର କରିଥଲେ । ଆଜି ଆମେ ଆପଣଙ୍କୁ ବିଜୁଳିର ଆବିଷ୍କାର ବିଷୟରେ କହିବାକୁ ଯାଉଛୁ  ।

କିଛି ଆବିଷ୍କାର ଏପରି ଥାଏ ଯାହା ଦୁନିଆ ବଦଳାଇଦେଇଥାଏ ବିଜୁଳି ମଧ୍ୟ ଏଥି ମଧ୍ୟରୁ ଗୋଟିଏ । ବିଜୁଳିର ଆବିଷ୍ମାର କରିବାରେ କୌଣସି ଜଣେ ବୈଜ୍ଞାନିକ ଅଛନ୍ତି ତାହା କୁହାଯାଇପାରିବନାହିଁ, ଅନେକ ବଡ଼ ବୈଜ୍ଞାନିକଙ୍କ ହାତ ରହିଛି । ଏହାର ଖୋଜ୍ ପରେ ଅନେକ ବୈଜ୍ଞାନିକ ପିଢ଼ୀ ପରେ ପିଢ଼ୀ ଏଥିରେ ସୁଧାର କରିଥିଲେ ଏବଂ ଏହାକୁ ବ୍ୟବହାର କରିବାର ନୂଆ ନୂଆ ଉପାୟ ଆବିଷ୍କାର କରିଥିଲେ ।

ତେବେ ପ୍ରଥମେ ୬୦୦ ବିସିରେ ଥେଲ୍ସ ନାମକ ଜଣେ ବୈଜ୍ଞାନିକ ବିଜୁଳି ବା ଇଲେକ୍ଟ୍ରିସିଟିର ଖୋଜ୍ କରିଥିଲେ । କିନ୍ତୁ ତାଙ୍କ କଥାକୁ କେହି ବିଶ୍ୱାସ କରିନଥିଲେ । ଏହାପରେ ୧୭୫୨ ରେ ବେଞ୍ଜାମିନ୍ ଫ୍ରାଙ୍କଲିନ ନାମକ ଜଣେ ବୈଜ୍ଞାନିକ ଏହା ପ୍ରମାଣ କରିଥିଲେ ଯେ ଆକାଶରେ ଗରଜୁଥିବା ବିଜୁଳି ଆଉ ଇଲେକ୍ଟ୍ରିସିଟି ସମାନ ।

ଏହାପରେ ଜଣେ ଇଟାଲି ବୈଜ୍ଞାନିକ ଆଲେଜାଣ୍ଡ୍ରୋ ଭୋଲ୍ଟା କେମିକାଲ ରିଆକ୍ସନରୁ ବିଜୁଳି ଉତ୍ପନ୍ନ ହେବା ନେଇ ଖୋଜ୍ କରିଥିଲେ, ଏବଂ ଏହି ପ୍ରକ୍ରିୟାରେ ସେ ଇଲେକ୍ଟ୍ରିକ ସେଲର ଆବିଷ୍କାର କରିଥିଲେ, ଯାହାଦ୍ୱାରା ବିଜୁଳି ପ୍ରାପ୍ତ କରାଯାଇପାରିବ । ଆଉ ଏହି ବୈଜ୍ଞାନକଙ୍କ ନାମରେ ଭୋଲ୍ଟ ୟୁନିଟ୍ ରଖାଯାଇଥିଲା । ତାଙ୍କ ଦ୍ୱାରା ଆବିଷ୍କାର ହୋଇଥିଲା ଡିସି ବ୍ୟାଟେରୀ ।

ବ୍ୟାଟେରୀର ଆବିଷ୍କାର ପରେ ୧୮୩୧ ରେ ମାଇକେଲ ଫାରାଡ଼େ ବିଜୁଳିର ଆବିଷ୍କାରରେ ସବୁଠୁ କ୍ରାନ୍ତିକାରୀ କାମ କରିଥିଲେ ସେ କହିଥିଲେ ଯଦି ତମ୍ବାର କଏଲରେ ଚୁମ୍ବକକୁ ଆଗ ପଛ ବୁଲାଯିବା ଦ୍ୱାରା ବିଜୁଳି ଉତ୍ପନ୍ନ କରିହେବ । ଆଉ ଏହି ପ୍ରୟୋଗର ବ୍ୟବହାର କରି ୧୮୭୮ ରେ ଆମେରିକାର ବୈଜ୍ଞାନିକ ଥମାସ ଏଡିସନ ଏବଂ ବ୍ରିଟିଶ ବୈଜ୍ଞାନିକ ଜୋସେଫ୍ ସ୍ୱାନ ଫିଲାମେଣ୍ଟ ବଲ୍ୱର ଆବିଷ୍କାର କରିଥିଲେ  । ଏଥିପାଇଁ ଆଜିବି ଇଲେକ୍ଟ୍ରିକ ବଲ୍ୱର ଆବିଷ୍କାରକ ଭାବେ ଏଡିସନଙ୍କୁ ଜଣାଯାଏ ।

କିନ୍ତୁ ଏବେବି ଡିସି କରେଣ୍ଟର ବ୍ୟବହାର ହେଉଥିଲେ । ଯେଉଁଥିରେ ଅଧିକ ବିପଦ ରହୁଥିଲା । ଆଉ ତା’ପରେ ପୁଣି ଏହାର ରେଞ୍ଜ ମଧ୍ୟ କମ୍ ଥିଲା । ଫଳରେ ପ୍ରତି ୩ କିଲୋମିଟର ରେଞ୍ଜ ମଧ୍ୟରେ ଉତ୍ପାଦନ ଫ୍ୟାକ୍ଟ୍ରି ତିଆରି କରିବାକୁ ପଡ଼ୁଥିଲା ।

ଏଡିସନଙ୍କ କମ୍ପାନୀରେ କାମ କରୁଥିବା ନିକୋଲ ଟେସଲାଙ୍କୁ ଡିସି କରେଣ୍ଟର ଦୁର୍ବଳତା ଜଣା ଥିଲା ଏବଂ ସେ ଏସି କରେଣ୍ଟ ଉପରେ କାମ କରୁଥିଲେ । ଏସି ଅର୍ଥାତ୍ ଅଲ୍ଟରନେଟ୍ କରେଣ୍ଟ ସେ ଚାହୁଥିଲେ ଏପରି କରେଣ୍ଟ ତିଆରି ହେଉ ଯାହ ସୁରକ୍ଷିତ ହେବ ଏବଂ ଅଧିକ  ଦୂର ପର୍ଯ୍ୟନ୍ତ ଯାଇପାରିବ । ଯେତେବେଳେ ଟେସଲା ନିଜର ସମସ୍ତ ପରୀକ୍ଷଣ ଏଡିସନଙ୍କୁ କହିଥିଲେ, ଏଡିସନ ଏସି କରେଣ୍ଟକୁ ଆପଣାଇବାକୁ ସ୍ପଷ୍ଟ ମନା କରିଦେଇଥିଲେ ଏବଂ ତାଙ୍କୁ କେବଳ ଡିସି କରେଣ୍ଟ ଜେନେରେଟରେ ପ୍ରୟୋଗ କରିବାକୁ କହିଥିଲେ । ଯାହାପରେ ଟେସଲା ଏଡିସନଙ୍କ କମ୍ପାନୀ ଛାଡ଼ିଦେଇଥିଲେ ଏବଂ ଏସି ଜେନେରେଟର ଏବଂ ଏସି କରେଣ୍ଟ ଉପରେ କାମ କରିବା ଆରମ୍ଭ କରିଦେଇଥିଲେ ।

ଶେଷରେ ୧୮୮୭ରେ ନିକୋଲା ଟେସଲା ଏସି କରେଣ୍ଟର ଆବିଷ୍କାର କରିଥିଲେ । ଏହାକୁ ଅନେକ ଦୂର ପର୍ଯ୍ୟନ୍ତ ନିଆଯାଇପାରିଲା । ଏହିଭଳି ଭାବରେ ହୋଇଥିଲା ବିଜୁଳିର ଅବିଷ୍କାର ଯେଉଁଥିରେ ଅନେକ ବୈଜ୍ଞାନିକ ପରିଶ୍ରମ ରହିଥିଲା ଏବଂ ଏହି ବୈଜ୍ଞାନିକମାନଙ୍କ ଯାଗୁଁ ଆଜି ଆମକୁ ବିଜୁଳି ମିଳୁଛି ଏବଂ ଆଜି ଆମର ଜୀବନ ଆରାମଦାୟକ ହୋଇପାରୁଛି ।

ତେବେ ଭାରତରେ ୧୮୭୯ ରେ କୋଲକାତାରେ ଆସିଥିଲା । ଆଉ ଭାରତରେ ସର୍ବପ୍ରଥମେ ବିଜୁଳି ଉତ୍ପାଦନ କରୁଥିବା ଫ୍ୟାକ୍ଟ୍ରି ମଧ୍ୟ କୋଲକାତାରେ ୧୮୯୯ ରେ ତିଆରିି ହୋଇଥିଲା । ଏହାପରେ ୧୯୦୫ ରେ ଦିଲ୍ଲୀରେ ଡିଜେଲରୁ ବିଜୁଳିର ଉତ୍ପାଦନ ହୋଇଥିଲା ।

ତେବେ  ଆଜିର ମଡର୍ଣ୍ଣ ଦୁନିଆରେ ହାଇଡ୍ରୋ ପାୱାର ପ୍ଲାଣ୍ଟ, ଥର୍ମାଲ ପ୍ଲାଣ୍ଟ, ନ୍ୟୁକ୍ଲିୟର ପ୍ଲାଣ୍ଟ, ଏବଂ ଡିଜେଲ ପାୱାର ପ୍ଲାଣ୍ଟରୁ ଅଧିକ ମାତ୍ରାରେ ବିଜୁଳି ଉତ୍ପାଦନ କରାଯାଉଛି ।