fbpx

ତାରକ୍ ମେହତା… ଫ୍ୟାନ୍ସଙ୍କୁ ଝଟକା! ଶୈଲଶ ଲୋଢ଼ାଙ୍କ ପରେ ଶୋ ଛାଡ଼ିବେ କି’ ‘ବବିତା ଜୀ’?

ମୁମ୍ବାଇ: ‘ତାରକ୍ ମେହତା କା ଉଲ୍ଟା ଚଷ୍ମା ଶୋ’ ଏକ ସବୁଠୁ ଲୋକପ୍ରିୟ ଶୋ’ ଅଟେ । ଏହି ସିରିଏଲର ପ୍ରତି ଚରିତ୍ର ଘରେ ଘରେ ପରିଚିତ । ଫ୍ୟାନମାନେ ମଧ୍ୟ ଶୋ’ର ଚରିତ୍ରଙ୍କୁ ଖୁବ୍ ପସନ୍ଦ କରିଥାନ୍ତି । କିନ୍ତୁ ଏବେ ଏକ ନୂଆ ରିପୋର୍ଟ ଏହି ଶୋ’ର ଫ୍ୟାନ୍ସଙ୍କୁ ନିରାଶ କରିପାରେ ।

ରିପୋର୍ଟ ଅନୂଯାୟୀ ଶୈଲେଶ ଲୋଢ଼ାଙ୍କ ପରେ ଏବେ ଶୋ’ର ଲୋକପ୍ରିୟ କକାକାର ମୁନମୁନ୍ ଦତ୍ତା ମଧ୍ୟ ଶୋ’ ଛାଡ଼ିପାରନ୍ତି । ତାରକ ମେହତା… ଶୋ’ ରେ ମୁନମୁନ୍ ଦତ୍ତା ବବିତା ଜୀ ଚରିତ୍ରରେ ନଜର ଆସିଥାନ୍ତି । ତାଙ୍କୁ ଏହି ଚରିତ୍ର ଯୋଗୁଁ ଖୁବ୍ ପରିଚୟ ମଧ୍ୟ ମିଳିଛି । ଏମିତିରେ ତାଙ୍କର ଶୋ’ ଛାଡ଼ିବା ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରିପାରେ ।

ମିଡିଆ ରିପୋର୍ଟ ଅନୂଯାୟୀ ମୁନମୁନ ଦତ୍ତାଙ୍କ ଲୋକପ୍ରିୟତାକୁ ଦେଖି ତାଙ୍କୁ ବିଗ ବସ ଓଟିଟି ରେ ସେକେଣ୍ଡ ସିଜନର ପାଇଁ ଆମନ୍ତ୍ରିତ କରାଯାଇଛି । ରିପୋର୍ଟରେ ଏହା ଦାବି କରାଯାଇଛି ଯେ ଯଦି ମୁନମୁନ ବିଗ ବସ ଓଟିଟିରେ ସାମିଲ ହେବା ପାଇଁ ରାଜି ହେଉଛନ୍ତି ତେବେ ତାଙ୍କୁ ‘ତାରକ୍ ମେହତା ଉଲ୍ଟା ଚଷ୍ମା’ ଶୋ’କୁ ଛାଡ଼ିବାକୁ ହେବ । ଅବଶ୍ୟ ଏନେଇ କୌଣସି ଅଫିସିଆଲ ସୂଚନା ମିଳିପାରିନାହିଁ ।

ସୂଚନାଯୋଗ୍ୟ, ବିଗ ବସ୧୫ ରେ ମୁନମୁନ ଦତ୍ତା ୨ ଦିନ ପାଇଁ ଚାଲେଞ୍ଜର ଭାବରେ ନଜର ଆସିଥିଲେ । ସେଠାରେ ସେ ପ୍ରତିଯୋଗୀଙ୍କୁ ମୁସ୍କିଲ ଟାସ୍କ ମଧ୍ୟ ଦେଇଥଲେ । ଏପରି ଭାବରେ ବିଗ ବସ୍ ରେ ତାଙ୍କୁ ପୁଣି ଥରେ ଦେଖିବା ମଜାଦାର ହୋଇପାରେ, କିନ୍ତୁ ତାରକ୍ ମେହତା ଶୋ’ ରେ ତାଙ୍କୁ ନଦେଖିବା ଫ୍ୟାନ୍ସମାନଙ୍କୁ ପସନ୍ଦ ନ ଆସିପାରେ ।

Get real time updates directly on you device, subscribe now.