fbpx
BJD
BJD SKY
BJD SKY

ଜ୍ଞାନବାପୀ ମସଜିଦରେ ପୂଜା ପାଇବେ କି ହିନ୍ଦୁ ଦେବାଦେବୀ? ଆଜି ଜିଲ୍ଲାକୋର୍ଟରେ ହେବ ଶୁଣାଣି

ବାରାଣାସୀ: ଜ୍ଞାନବାପୀ ମାମଲାରେ ଅଜି ଜିଲ୍ଲାଜଜ କୋର୍ଟରେ ଶୁଣାଣି ହେବ । ଜିଲ୍ଲାକୋର୍ଟରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ଏହି ମାମଲାରେ ଆଠ ସପ୍ତାହ ମଧ୍ୟରେ ଶୁଣାଣି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏବେ ସମସ୍ତଙ୍କ ନଜର ଜିଲ୍ଲାକୋର୍ଟ ଉପରେ ରହିଛି ।

ଜ୍ଞାନବାପୀ ପରିସରରେ ମା ଶୃଙ୍ଗାର ଗିରୀଙ୍କ ପୂଜାପାଠକୁ ଅନୁମତି ଦେବା ତଥା ଅନ୍ୟାନ୍ୟ ଦେବତାଙ୍କୁ ସଂରକ୍ଷଣ କରିବା ପାଇଁ ଦାୟର ହୋଇଥିବା ମାମଲାରେ ଜିଲ୍ଲା ଜଜ୍ ଡକ୍ଟର ଅଜୟ କୃଷ୍ଣ ବିଶ୍ୱାସଙ୍କ ତ୍ତୃତ୍ୱରେ ଶୁଣାଣି ହେବ । ମନ୍ଦିର ପକ୍ଷଙ୍କ ମାମଲାର ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇ ମସଜିଦ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଜିଲ୍ଲାକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ଜଟିଳତା ଏବଂ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ମେ ୨୦ ରେ ଶୁଣାଣି ବେଳେ ସିଭିଲ୍ ଜଜ୍ (ସିନିୟର ଡିଭିଜନ୍) ଙ୍କ କୋର୍ଟରୁ ଶୁଣାଣି ଜିଲ୍ଲା ଜିଲ୍ଲା କୋର୍ଟକୁ ସ୍ଥାନାନ୍ତର କରିଛନ୍ତି।

Get real time updates directly on you device, subscribe now.