fbpx

ଏଣିକି MBBS ଡିଗ୍ରୀଧାରୀ ନିଜର ନାମ ପୂର୍ବରୁ ଲେଖି ପାରିବେ ‘Medical Doctor’, NMCର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ନ୍ୟାସନାଲ ମେଡକାଲ କମିଶନ (ଏନଏମସି) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ଏଣିକି ଏମବିବିଏସ ଡିଗ୍ରୀଧାରୀ ବା ଏଲୋପ୍ୟାଥିର ରେଜିଷ୍ଟର୍ଡ ଡାକ୍ତରମାନେ ନିଜର ନାମ ପୂର୍ବରୁ ଡକ୍ଟର ବଦଳରେ ମେଡିକାଲ ଡକ୍ଟର ଲେଖି ପାରିବେ । ରାଷ୍ଟ୍ରୀୟ ଚିକିତ୍ସା ଆୟୋଗର ଏନଏମସି ଆକ୍ଟ ୨୦୧୯ ଅନୁଯାୟୀ ରେଜିଷ୍ଟର୍ଡ ଡାକ୍ତରଙ୍କ ପାଇଁ ପ୍ରଫେସନାଲ ଆଚାର ସଂହିତା ଡ୍ରାଫ୍ଟ ଜାରି କରାଯାଇଛି । ଏହାଦ୍ୱାରା ଏଲୋପ୍ୟାଥି ଡାକ୍ତରଙ୍କୁ ସହଜରେ ଚିହ୍ନଟ କରାଯାଇ ପାରିବ ବୋଲି କୁହାଯାଇଛି ।

ଜଣାପଡ଼ିଛି ଯେ, ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ନାମ ପୂର୍ବରୁ ଡକ୍ଟର ଲେଖିଥାନ୍ତି । ଏମାନଙ୍କ ମଧ୍ୟରେ ଏଲୋପ୍ୟାଥି, ଆୟୁର୍ବେଦ, ୟୁନାନୀ, ସିଦ୍ଧ, ହୋମିଓପ୍ୟାଥି, ପ୍ରାକୃତିକ ଚିକିତ୍ସାର ପଞ୍ଜୀକୃତ ଡାକ୍ତର ରହିଛନ୍ତି । ଏଥିସହ ପିଏଚଡି କରୁଥିବା ପ୍ରାର୍ଥୀମାନେ ନିଜ ନାମ ପୂର୍ବରୁ ଡକ୍ଟର ଲେଖିଥାନ୍ତି । ଅନେକ ସମୟରେ କିଛି ଲୋକଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥାଏ । ଏଭଳି ବ୍ୟକ୍ତିମାନେ ମଧ୍ୟ ନିଜ ନାମ ପୂର୍ବରୁ ଡକ୍ଟର ଲେଖିଥାନ୍ତି । ତେବେ ଏପରି ସ୍ଥିତିରେ ବାସ୍ତବରେ କିଏ ମେଡିକାଲ ଡକ୍ଟର ତାହା ଚିହ୍ନିବା ମୁସ୍କିଲ ହୋଇଯାଇଥାଏ ।

ଏନଏମସିର ଏହି ନୂଆ ନିୟମ ଲାଗୁ ହେବା ପରେ ଏଲୋପ୍ୟାଥି ଡାକ୍ତରଙ୍କୁ ସହଜରେ ଚିହ୍ନଟ କରିହେବ । ଏବେ ସେମାନେ ନିଜ ନାମ ପୂର୍ବରୁ ମେଡିକାଲ ଡକ୍ଟର ଲେଖିପାରିବେ । ଯଦି କୌଣସି ଡାକ୍ତର ବିଦେଶରୁ ପଢ଼ି କରି ଆସିଥିବେ ତେବେ ତାଙ୍କର ଡିଗ୍ରୀର ନାମ ଉଲ୍ଲେଖ ରହିବ । ସେ କ୍ଷେତ୍ରରେ ଏନଏମସି ତାଙ୍କୁ ଭାରତୀୟ ଡିଗ୍ରୀ ବା ଡିପ୍ଲୋମା ସମକକ୍ଷ ମଞ୍ଜୁରୀ ପ୍ରଦାନ କରିବ ।

Get real time updates directly on you device, subscribe now.