fbpx

ରେଷ୍ଟୁରାଣ୍ଟରେ କୋଲ୍ଡ ଡ୍ରିଙ୍କସରୁ ମିଳିଲା ଏପରି ଜିନିଷ: ଅଭିଯୋଗ କରିବାରୁ ମ୍ୟାନେଜର ଦେଲେ ଧମକ

ଗୁଜୁରାଟ: ଅହମ୍ମଦାବାଦର ସାଇନ୍ସ ସିଟି ରୋଡରେ ଥିବା ଗମଊକ୍ଟଦ୍ଭବକ୍ଷୟ’ଗ୍ଦ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣଙ୍କ କୋଲ୍ଡ ଡ୍ରିଙ୍କସରେ ଏକ ମୃତ ଝିଟିପିଟି ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଗ୍ରାହକଙ୍କ ଅଭିଯୋଗ ପରେ ଅହମ୍ମଦାବାଦ ନଗର ନିଗମ ଘଟଣାସ୍ଥଳରେ ପହଞ୍ଚି ରେଷ୍ଟୁରାଣ୍ଟକୁ ସିଲ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଦୁଇ ଜଣ ବନ୍ଧୁ ଏଠାରେ କୋଲ୍ଡ ଡ୍ରିଙ୍କସ ଅର୍ଡର କରିଥିଲେ । କିନ୍ତୁ ତାଙ୍କ କୋଲ୍ଡ ଡ୍ରିଙ୍କସରୁ ହଠାତ ଏକ ମଲା ଝିଟିପିଟି ବାହାରିଥିଲା । ଯାହା ଫଳରେ ରେଷ୍ଟୁରାଣ୍ଟରେ ଆରମ୍ଭ ହୋଇଥିଲା ହଙ୍ଗାମା । ସମ୍ପୂର୍ଣ୍ଣ ଘଟଣା ନେଇ କାଉଣ୍ଟରରେ ଅଭିଯୋଗ କରିବା ସମୟରେ ମ୍ୟାନେଜର ଅନୁପସ୍ଥିତ ଥିଲେ । କିଛି ସମୟ ପରେ ସେ ଆସିବାରୁ ତାଙ୍କୁ ମଧ୍ୟ ଏ ନେଇ ଅଭିଯୋଗ କରିଥିଲେ ଯୁବକ । କିନ୍ତୁ ସମସ୍ତ ଘଟଣା ଶୁଣିବା ପରେ ମ୍ୟାନେଜର ଏହାକୁ ହସରେ ଉଡାଇ ଦେଇଥିଲା । କେବଳ ସେତିକି ନୁହେଁ, ଏମିତି ଘଟଣା ପ୍ରାୟତଃ ହୁଏ ବୋଲି କହିଥିଲା ରେଷ୍ଟୁରାଣ୍ଟର ମ୍ୟାନେଜର । ଏହାପରେ ବିଲ ଫେରାଇ ଦେବାକୁ କହି ମ୍ୟାନେଜର ଧମକ ଦେଇଥିଲା । ଚୁପ ଚାପ ଏଠାରୁ ଚାଲି ଯାଆନ୍ତୁ ନଚେତ ପୋଲିସ ଡାକିବୁ ବୋଲି କହିଥିଲା ମ୍ୟାନେଜର ।

ରେଷ୍ଟୁରାଣ୍ଟ ଭିତରେ ମାମଲାର ସମାଧାନ ନ ହେବାରୁ ମ୍ୟୁନିସିପାଲ କର୍ପୋରେସନରେ ଅଭିଯୋଗ କରିଥିଲେ ଉଭୟ ଯୁବକ । ଖବର ପାଇ ନଗର ନିଗମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କୋଲ୍ଡ ଡ୍ରିଙ୍କସର ନମୁନା ନେଇ ଟେଷ୍ଟ କରାଇଛନ୍ତି । ଏହା ସହିତ ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହିତ ଖେଳିବା ଅଭିଯୋଗରେ ରେଷ୍ଟୁରାଣ୍ଟକୁ ନୋଟିସ ଜାରି କରି ସିଲ କରିଛି ଅହମ୍ମଦାବାଦ ନଗର ନିଗମ ।

Get real time updates directly on you device, subscribe now.