fbpx

ଗହମ ପରେ ଚିନି ରପ୍ତାନୀ ଉପରେ ବ୍ୟାନ ଲଗାଇପାରେ ଭାରତ: ଏହି ଦେଶକୁ ଲାଗିବ ଜୋରଦାର ଝଟକା

ନୂଆଦିଲ୍ଳୀ: ଚିନି ଉତ୍ପାଦନ କ୍ଷେତ୍ରରେ ଖୁବ ଆଗରେ ରହିଛି ଭାରତ । ରପ୍ତାନୀ କରିବାରେ ଭାରତ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି । କେବଳ ବ୍ରାଜିଲ ଭାରତଠୁ ଅଧିକ ଚିନି ଉତ୍ପାଦନ କରିଥାଏ । କିଛି ଦିନ ତଳେ ଗହମ ରପ୍ତାନୀ ଉପରେ ରୋକ ଲଗାଇଥିଲେ ଭାରତ ସରକାର । ଏବେ ଚିନି ରପ୍ତାନୀ ଉପରେ ମଧ୍ୟ ରୋକ ଲଗାଇବା ନେଇ ଆଲୋଚନା କରାଯାଉଛି । ଘରୋଇ ମୂଲ୍ୟରେ ହେଉଥିବା ବୃଦ୍ଧି ଉପରେ ନିୟନ୍ତ୍ରଣ କରିବା ପାଇଁ ଚିନି ରପ୍ତାନୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇ ପାରନ୍ତି କେନ୍ଦ୍ର ସରକାର ।

ଘରୋଇ ଆବଶ୍ୟକତାକୁ ଦଷ୍ଟିରେ ରଖି ଗତ ସପ୍ତାହରେ ସରକାର ଗହମ ରପ୍ତାନୀ ଉପରେ ରୋକ ଲଗାଇଥିଲେ । ବର୍ତ୍ତମାନ ଚିନି ରପ୍ତାନୀ ଉପରେ ମଧ୍ୟ ରୋକ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇପାରେ । ନଚେତ ଚିନି ରପ୍ତାନୀକୁ ଚଳିତ ବର୍ଷ ୧୦ ମିଲିୟନ ଟନ ଭିତରେ ସୀମିତ ରଖିବା ମଧ୍ୟ ଏକ ବିକଳ୍ପ ହୋଇପାରେ । ସେପ୍ଟେମ୍ବରରେ ଶେଷ ହେବାକୁ ଥିବା ଚଳିତ ଆର୍ଥିକ ବର୍ଷରେ ମେ ୧୮ ତାରିଖ ପର୍ଯ୍ୟନ୍ତ ଭାରତ ମୋଟ ୭୫ ଲକ୍ଷ ଟନ ଚିନି ରପ୍ତାନୀ କରିଛି । ସେହିପରି ଆର୍ଥିକ ବର୍ଷ ୨୦୨୦-୨୧ରେ ୭୦ ଲକ୍ଷ ଟନ ଚିନି ରପ୍ତାନୀ କରିଥିବା ବେଳେ ୨୦୧୭-୧୮ରେ ୬.୨ଲକ୍ଷ ଟନ, ୨୦୧୮-୧୯ରେ ୩୮ ଲକ୍ଷ ଟନ ଏବଂ ୨୦୧୯-୨୦ରେ ୫୯.୬୦ ଲକ୍ଷ ଟନ ଚିନି ରପ୍ତାନୀ କରିଛି ଭାରତ ।

सुगर स्टॉक्स में भारी गिरावट

ଭାରରତ ନିକଟରୁ ସବୁଠୁ ଅଧିକ ଚିନି କିଣୁଥିବା ଦେଶମାନଙ୍କ ମଧ୍ୟରେଇଣ୍ଡୋନେସିଆ, ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ସମେତ ସଂଯୁକ୍ତ ଆରବ ଅମୀରାତ, ମାଲେସିଆ ଇତ୍ୟାଦି ସାମିଲ ରହିଛନ୍ତି । ତେବେ ଯଦି ଭାରତରେ ଏହାର ଉତ୍ପାଦନ କଥା କୁହାଯାଏ, ମୁଖ୍ୟତଃ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ରାଜ୍ୟମାନଙ୍କରେ ଦେଶର ପ୍ରାୟ ୮୦ ପ୍ରତିଶତ ଚିନି ଉତ୍ପାଦନ କରାଯାଏ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ତାମିଲନାଡୁ, ବିହାର, ହରିୟାଣା ଏବଂ ପଞ୍ଜାବ ଆଖୁ ଉତ୍ପାଦନ କରିଥାନ୍ତି ।

Get real time updates directly on you device, subscribe now.