fbpx

ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୫ ଲକ୍ଷ ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଦିବ୍ୟାଙ୍ଗଙ୍କୁ ବିମାନ ଯାତ୍ରା କରିବାକୁ ମନା କରିବା ନେଇ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଡିଜିସିଏ କମ୍ପାନୀ ଉପରେ ୫ ଲକ୍ଷ ଜରିମାନା ଲଗାଇଛି ।

ଇଣ୍ଡିଗୋ ମେ ୭ ରେ ରାଞ୍ଚି ଏୟାରପୋର୍ଟରେ ଜଣେ ଦିବ୍ୟାଙ୍ଗ ଶିଶୁକୁ ବିମାନରେ ଯାତ୍ରା କରିବାରୁ ରୋକିଥିଲେ । ଯାହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ଡିଜିସିଏ କମ୍ପାନୀ ଉପରେ ୫ ଲକ୍ଷର ଜରିମାନା ଲଗାଇଛନ୍ତି ।

ଘଟଣାକୁ ନେଇ ଡିଜିସିଏ କମ୍ପାନୀ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ନିର୍ଦ୍ଦେଶାଳୟ କହିଛନ୍ତି ଯେ କମ୍ପାନୀ ଗ୍ରାଉଣ୍ଡ ଷ୍ଟାଫ୍ ଜଣେ ଦିବ୍ୟାଙ୍ଗ ଶିଶୁଙ୍କୁ ସମ୍ଭାଳିପାରିଲେ ନାହିଁ ଓଲଟା ପରିସ୍ଥିତିକୁ ଅଧିକ ଖରାପ କରିଥିଲା ।ଏହି ମାମଲାରେ ତାଙ୍କୁ ଅଧିକ ସମ୍ବେଦନଶୀଳ ହୋଇ କାମ କରିବାର ଥିଲା । ଯାହାଦ୍ୱାରା ଘଟଣାକୁ ସହଜରେ ଶାନ୍ତ କରାଯାଇପାରିଥାନ୍ତା । କମ୍ପାନୀ କର୍ମଚାରୀ ଏମିତି କରିପାରିଲେନି ଓଲଟା ଶେଷରେ ଯାତ୍ରୀଙ୍କୁ ବିମାନରେ ଚଢ଼ିବାକୁ ମନା କରିଦିଆଯାଇଥିଲା ।

Get real time updates directly on you device, subscribe now.