fbpx
BSKY
BJD SHG SKY
BJD YOUTH SKY

ଭାରତ ପାଇଁ ବଡ଼ ବିପଦ ଜଳବାୟୁ ପରିବର୍ତ୍ତନ : ଆଗକୁ ଆସିପାରେ ଅଧିକ ‘ମହାବାତ୍ୟା’, ମାଡ଼ିଆସିବ ୩ ମିଟରରୁ ଅଧିକ ଉଚ୍ଚର ଜୁଆର

ବ୍ରିଟେନ୍‌ ବିଶେଷଜ୍ଞଙ୍କ ଚେତାବନୀ

ଭୁବନେଶ୍ୱର/ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆତଙ୍କର କାରଣ ପାଲଟିଥିବା ବେଳେ ଏହା ଭାରତ ପାଇଁ ବିପଦର କାରଣ ସାଜିପାରେ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି । ଆଗକୁ ଅଧିକ ମହାବାତ୍ୟା ଆସିବାର ଯଥେଷ୍ଟ ସମ୍ଭାବନା ଥିବା ନେଇ ସତର୍କ କରାଇ ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଓ ବିଶେଷଜ୍ଞ ।

ବ୍ରିଟେନ ସ୍ଥିତ ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ ଗବେଷକ ଏନେଇ ଜାରି କରିଥିବା ତଥ୍ୟ ସ୍ପଷ୍ଟ ସୂଚିତ କରୁଛି ଯେ, ଆଗକୁ ଭାରତରେ ଏକାଧିକ ମହାବାତ୍ୟା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୨୦୨୦ରେ ସୃଷ୍ଟି ହୋଇଥିବା ସୁର ସାଇକ୍ଲୋନ୍‌ ‘ଅମ୍ପନ’ ଉପରେ ଗବେଷଣା କରି ଏହି ତଥ୍ୟ ଜାରି କରିଛନ୍ତି ବ୍ରିଟେନର ଗବେଷକ । ସେ ତାଙ୍କ ତଥ୍ୟ ସମ୍ବଳିତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ସାରା ଦକ୍ଷିଣ ଏସିଆରେ ମହାବାତ୍ୟା ଅମ୍ପନ ସର୍ବାଧିକ କ୍ଷତି ଘଟାଇଥିଲା । ଜଳବାୟୁ ପରିବର୍ତ୍ତନ ହେତୁ ସମୁଦ୍ର ପତ୍ତନରେ ବୃଦ୍ଧି ଘଟିବ ।

କ୍ଲାଇମେଟ୍‌ ରେଜିଲିନସ ଆଣ୍ଡ ସଷ୍ଟେନବିଲିଟି ଜର୍ଣ୍ଣାଲ୍‌ ପ୍ରକାଶିତ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ବର୍ତ୍ତମାନ ଯେପରି ଗ୍ରୀନ ହାଉସ୍‌ ଗ୍ୟାସ ନିର୍ଗତ ହେଉଛି ସେ ଅନୁାତ ଯଦି ଆଗାମୀ ଦିନରେ ଜାରି ରହେ ତେବେ ଭାରତ ଜନସଂଖ୍ୟାର ଅଢ଼େଇ ଗୁଣ ଅର୍ଥାତ୍‌ ୩୦୦ କୋଟିରୁ ଅଧିକ ଲୋକ ବନ୍ୟାର ଶୀକାର ହେବା ସମ୍ଭାବନା ରହିଛି । ଦକ୍ଷିଣ ଏସିଆ ସାଧାରଣତଃ ଜଳବାୟୁ ପରିବର୍ତ୍ତନର ସବୁଠାରୁ ସ୍ପର୍ଶକାତର ଇଲାକା ଭାବେ ବିବେଚିତ ଯେଉଁଠିକି ମହାବାତ୍ୟା ବାରମ୍ବାର ପରିଲକ୍ଷିତ ହୋଇଛି । ବିଶ୍ୱ ତାପାୟନ ୨ରୁ ୧.୫ ଡିଗ୍ରୀକୁ ହ୍ରାସ କରିବା ପାଇଁ ଘୋଷଣାନାମା ଜାରି କରାଯାଇଥିଲେ ମଧ୍ୟ ତା’ର ସଠିକ୍‌ କାର୍ଯ୍ୟକାରିତା ନେଇ ସଂଶୟ ସୃଷ୍ଟି ହୋଇଛି । ତେବେ ଉଭୟ ବାଂଲାଦେଶ ଓ ଭାରତରେ ଏହି ପରିବର୍ତ୍ତନର ଯଥେଷ୍ଟ ପ୍ରଭାବ ପଡ଼ିବ । ସମୁଦ୍ରରେ ୩ ମିଟରରୁ ଅଧିକ ଉଚ୍ଚତାର ଜୁଆର ମାଡ଼ି ଆସିବାର ଯଥେଷ୍ଟ ସମ୍ଭାବନା ଥିବା ଏହି ତଥ୍ୟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।

ସୂଚନାଯୋଗ୍ୟ ଯେ, ୧୯୯୯ ମସିହା ଅକ୍ଟୋବର ୨୯ରେ ସୃଷ୍ଟି ହୋଇଥିବା ମହାବାତ୍ୟାର ତାଣ୍ଡବ ଏବେ ବି ଲୋକଙ୍କ ମନରୁ ଲିଭିନାହିଁ । ଏଥିରେ ଓଡ଼ିଶାର ବ୍ୟାପକ କ୍ଷୟକ୍ଷତି ଘଟିଥିଲା ।

Get real time updates directly on you device, subscribe now.