ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଗାର ଗୌରୀ ବିବାଦ ମାମଲାରେ ଶୁଣାଣି ଆଜି, ଆସିପାରେ ଗୁରୁତ୍ୱପୂର୍ଣ୍ଣ ରାୟ

ବାରଣାସୀ: ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଗାର ଗୌରୀ ବିବାଦ ମାମଲାର ଶୁଣାଣି ଆଜି ହେବ । ଜିଲ୍ଲା ଜଜ୍ ଡା. ଅଜୟ କୃଷ୍ଣ ବିଶ୍ୱେଶ ଜ୍ଞାନବ୍ୟାପୀ ପରିସାରେ ସର୍ଭେ ଏବଂ ଭିଡିଓଗ୍ରାଫୀକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇପାରନ୍ତି । ସୋମବାର କମିଶନଙ୍କ ଦ୍ୱାରା ହୋଇଥିବା ସର୍ଭେ ରିପୋର୍ଟ ଉଭୟ ପକ୍ଷଙ୍କୁ ଦିଆଯିବ । ଗତ ଶୁଣାଣିରେ ମୁସଲିମ ପକ୍ଷଙ୍କ ବୟାନ ପରେ ୩୦ ମେ ଧାର୍ଯ୍ୟ କରିଥିଲେ ।

ତେବେ ଏହି ଭିଡିଓରେ କ’ଣ ରହିଛି ଯାହାକୁ ସାର୍ବଜନିକ କରିବାକୁ ମନା କରାଯାଉଛି । ଯେତେବେଳେକି ହିନ୍ଦୁ ପକ୍ଷ ମୁଖ୍ୟ ଆଡଭୋକେଟ ସୁଭାଷ ନନ୍ଦନ ଚତୁର୍ବେଦୀ କହିଛନ୍ତି ଯେ ଭିଡିଓ ପୂରା ଦେଶକୁ ଦେଖାଯାଉ । ୧୧ ଘଣ୍ଟାର ଏହି ଭିଡିଓରେ ଅନେକ ଏଭଳି ଚିତ୍ର ରହିଛି ଯାହାକୁ ଦେଖି ଜଣାପଡ଼ିବ ଯେ ଜ୍ଞାନବ୍ୟାପୀ ଆଦି ବିଶ୍ୱେଶ୍ୱରର ପ୍ରାଚୀନ ମନ୍ଦିର ।

ଗତ ଶୁଣାଣିରେ ମୁସଲିମ ପକ୍ଷଙ୍କ ଓକିଲଙ୍କ ତରଫରୁ ପ୍ରାୟ ଦୁଇ ଘଣ୍ଟା ଧରି ତର୍କ ଦିଆଯାଇଥିଲା । ମସଜିଦ କମିଟିର ଓକିଲ ଅଭୟ ନାଥ ଯାଦବ କହିଥିଲେ ଯେ ପରିସରରେ ଶିବଲିଙ୍ଗ ମିଳିଥିବା କଥା ପ୍ରମାଣ ହୋଇନାହିଁ । ମୁସଲିମ ପକ୍ଷ କହିଥିଲେ ହିନ୍ଦୁ ପକ୍ଷଙ୍କ ଏହି ମକଦ୍ଧମା ଖାରଜ୍ କରିଦେବା ଉଚିତ୍ । ସେପଟେ ହିନ୍ଦୁ ପକ୍ଷଙ୍କ ଆଡଭୋକେଟ୍ ଅଞ୍ଜୁମନ ଇନତଜାମିଆ କମିଟି ତରଫରୁ ଅର୍ଡର ୭ ରୁଲ୍ ୧୧ କୁ ନେଇ ଆବେଦନ ଉପରେ ୧୦ ପୃଷ୍ଠାର ଉତ୍ତର ଦାଖଲ କରାଯାଇଥିଲା ।