fbpx

ଲୋକସେବା ଭବନରେ ତିନି MOU ସ୍ୱାକ୍ଷରିତ

ଭୁବନେଶ୍ୱର, ୪ା୧୨(ଓଡ଼ିଶା ଭାସ୍କର): ମିସନ ସୁବିଦ୍ୟାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଲୋକସେବା ଭବନରେ ଶୁଭାରମ୍ଭ କରାଯାଇଛି । ଏହାସହ ଏସସି, ଏସଟି, ଓବିସି ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏମଓୟୁ ସ୍ୱାକ୍ଷରିତ ମଧ୍ୟ ହୋଇଛି । ଛାତ୍ରାବାସର ଭିତ୍ତିଭୂମି ଓ ପରିଚାଳନାର ମାନ ବୃଦ୍ଧି ପାଇଁ ବୁଝାମଣା ହୋଇଛି । ଏନେଇ କ୍ୟୁସିଆଇ ସଂସ୍ଥା ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି ସରକାର । ଶିକ୍ଷାଦାନର ମାନ ବୃଦ୍ଧି ପାଇଁ ଅକ୍ଷର ଫାଉଣ୍ଡେସନ ସହ ବୁଝାମଣା ହୋଇଥିବା ସୂଚନା ମିଳିଛି । ଜନଜାତି ସାମଗ୍ରୀର ବିକ୍ରି ବୃଦ୍ଧି ପାଇଁ ସହ ସରକାର ଏମଓୟୁ ସ୍ୱାକ୍ଷର କରିଛନ୍ତି ।

Get real time updates directly on you device, subscribe now.