fbpx

ଆସନ୍ତାକାଲି ଘଣ୍ଟେ ବନ୍ଦ ରହିବ କରୋନା ହେଲ୍ପଲାଇନ୍ ନମ୍ବର

ଭୁବନେଶ୍ୱର, ୨୮ା୩(ଓଡ଼ିଶା ଭାସ୍କର): ଆସନ୍ତାକାଲି ସକାଳ ୬ଟାରୁ ୭ଟା ଯାଏଁ କରୋନା ହେଲ୍ପଲାଇନ ନମ୍ବର ୧୦୪ କାର୍ଯ୍ୟକ୍ଷମ ହେବନାହିଁ । ରକ୍ଷଣାବେକ୍ଷଣ କାର୍ଯ୍ୟ ଏବଂ ବୈଷୟିକ ଅପ-ଗ୍ରେଡ଼େସନ କାରଣରୁ ଏବଂ ୧୦୪ କଲ୍ ସେଣ୍ଟରର ବୃଦ୍ଧି କ୍ଷମତାକୁ ନିଆଯିବା ନେଇ ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ହେଲ୍ପଲାଇନ ନମ୍ବର । ବର୍ତ୍ତମାନ ପରିସ୍ଥିତିରେ କରୋନା ସମ୍ବନ୍ଧୀୟ ସୂଚନା ପାଇଁ ୧୦୪ହେଲ୍ପ ନମ୍ବରକୁ ଆସୁଥିବା କଲ୍ ପୂର୍ବ ପରିମାଣରେ ବହୁ ଗୁଣିତ ହୋଇଛି । ସେଥିପାଇଁ ଅପଗ୍ରେଡ଼େସନ ଜରୁରୀ ହୋଇପଡ଼ିଛି ।

Get real time updates directly on you device, subscribe now.