ବର୍ତ୍ତମାନ ପର୍ଯ୍ୟନ୍ତ ୧୮୦୦ ନାଗରିକଙ୍କ ସମେତ ୩ ହଜାର କର୍ମଚାରୀ ଛାଡ଼ିଲେଣି ଉପତ୍ୟାକା

କାଶ୍ମୀର: ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ୪୮ ଘଣ୍ଟାରେ ଦ୍ୱିତୀୟ ଟାର୍ଗେଟ୍ ହତ୍ୟା ପରେ ସାମୁହିକ ଭାବରେ ଘାଟି ଛାଡ଼ିବାକୁ କାଶ୍ମୀରୀ ପଣ୍ଡିତ ନିଷ୍ପତ୍ତି ନେଇଛନ୍ତି। ଏପର୍ଯ୍ୟନ୍ତ ୧୮୦୦ କାଶ୍ମୀରୀ ପଣ୍ଡିତ ସମେତ ତିନି ହଜାରରୁ ଅଧିକ ସରକାରୀ କର୍ମଚାରୀ ଘାଟି ଛାଡ଼ି ସାରିଲେଣି। ଆଜି ସମସ୍ତ ପଣ୍ଡିତ ମାନଙ୍କୁ ଆସି କାଞ୍ଜିଗୁଡ ନାଭିଗ ଟନେଲ ନିକଟରେ ପହଞ୍ଚିବାକୁ କୁହାଯାଇଛି।

ଗୁରୁବାର କ୍ରମାଗତ ଦ୍ୱିତୀୟ ଦିନ ଶ୍ରୀନଗରର ଇନ୍ଦିରା ନାଗର ଅଞ୍ଚଳରେ କଡା ପ୍ରତିବନ୍ଧକ ଜାରି ରହିଛି। କାଶ୍ମୀର ପଣ୍ଡିତମାନେ ଯେଉଁଠାରେ ରୁହନ୍ତି, ସେଠାରେ ସ୍ଥାନୀୟ ଅଞ୍ଚଳ ବାହାରେ ପୋଲିସ ଏବଂ ପାରାମିଲିଟାରୀ ବାହିନୀର ଭାରି ନିୟୋଜିତ ହୋଇଛନ୍ତି । କାହାକୁ ବାହାରକୁ ଯିବାକୁ ଅନୁମତି ଦିଆଯାଉ ନାହିଁ । ଗଣମାଧ୍ୟମକୁ ମଧ୍ୟ ତାଙ୍କ ନିକଟକୁ ଯିବାକୁ ଅନୁମତି ଦିଆଯାଉ ନାହିଁ। କାଶ୍ମୀର ଉପତ୍ୟକାର ପ୍ରାୟ ସମସ୍ତ ସ୍ଥାନରୁ ସମାନ ଖବର ଗ୍ରହଣ କରାଯାଉଛି । ସୂତ୍ରରୁ ପ୍ରକାଶ ଯେ କାଶ୍ମୀରୀ ପଣ୍ଡିତଙ୍କ କ୍ୟାମ୍ପସକୁ ବାହାରୁ କର୍ଡନ କରାଯାଇଛି।

ଗତକାଲି ବ୍ୟାଙ୍କ ମ୍ୟାନେଜର ଏବଂ ଦୁଇ ଶ୍ରମିକଙ୍କୁ ଗୁଳିମାଡ଼ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ଜଣେ ମେଡିକାଲରେ ମୃତ୍ୟୁ ବରଣ କରିଛନ୍ତି । ଉପତ୍ୟାକାରେ ସ୍ଥିତି ବର୍ତ୍ତମାନ ସରକାରଙ୍କ ନିୟନ୍ତ୍ରଣ ବାହାରେ ଥିବା କୁହାଯାଉଛି। ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କୁହାଯାଉଛି ଯେ, ତୁରନ୍ତ ହିନ୍ଦୁମାନ କାଶ୍ମୀର ଛାଡ଼ି ଜାମ୍ମୁ ପଳାଇବାକୁ ।

ସୂଚନା ମୁତାବକ କାଶ୍ମୀରରେ ଏବେ ଭୟର ବାତାବରଣ ରହିଛି । ଜଣେ ସରକାରୀ କର୍ମଚାରୀ କହିଛନ୍ତି ଯେ, ସ୍ଥିତି ବହୁତ୍ ଉତ୍କଟ ରହିଛି । ନିକଟରେ ପୁଣି ୪ଜଣଙ୍କର ହତ୍ୟା ହୋଇଛି । ୩୦ରୁ ୪୦ ପରିବାର ସହର ଛାଡ଼ି ଯାଇସାରିଲେଣି । ସରକାର କେବଳ ସହରୀ ସ୍ଥାନରେ ସୁରକ୍ଷା ଦେଇପାରିବେ । ଶ୍ରୀନଗରରେ କେଉଁଠାରେ ବି ସୁରକ୍ଷିତ ସ୍ଥାନ ନାହିଁ । ସେହିପରି ଅନ୍ୟଜଣେ ବ୍ୟକ୍ତି କହିଛନ୍ତି ଯେ, ଏଠାରେ ସୁରକ୍ଷାକର୍ମୀ ମଧ୍ୟ ସୁରକ୍ଷିତ ନୁହଁନ୍ତି, ସେମାନେ ନାଗାରିକଙ୍କୁ କିପରି ବଞ୍ଚାଇବେ । ଏଣୁ ଅଧିକରୁ ଅଧିକ କାଶ୍ମୀର ପଣ୍ଡିତ ପରିବାର ଶ୍ରୀନଗର ଛାଡ଼ିବେ। ତେବେ ପୋଲିସ କାଶ୍ମୀର ପଣ୍ଡିତ ଥିବା ଅଞ୍ଚଳ ଗୁଡ଼ିକୁ ସିଲ୍ କରି ଦେଇଛି ।