fbpx

ବଲିଉଡ୍ କିଙ୍ଗ ଖାନ୍ କରୋନା ପଜିଟିଭ୍, ଆଶୁ ଆରୋଗ୍ୟ କାମନା କଲେ ମମତା

ନୂଆଦିଲ୍ଲୀ: ବଲିଉଡରୁ ଏକ ନିରାଶାଜନକ ଖବର ଆସିଛି । କିଙ୍ଗ ଖାନଙ୍କ ସମସ୍ତ ଫ୍ୟାନଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ଦୁଃଖ ଖବର । ଶାହରୁଖ ଖାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତମାସରେ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର କୋଭିଡ୍ ପଜିଟିଭ୍ ହୋଇଥିଲେ । ଏଥିସହ ନିକଟରେ ଅଭିନେତା କାର୍ତ୍ତିକ ଆର୍ୟନ ଓ ଆଦିତ୍ୟ ରୟ କପୁର ମଧ୍ୟ ସଂକ୍ରମିତ ହୋଇଥିଲେ ।

ତେବେ ବଲିଉଡର ଜଣଙ୍କ ପରେ ଆର୍ଟିଷ୍ଟ କରୋନାରେ ଶିକାର ହେବା ନିଶ୍ଚିତ ଭାବେ ଫିଲ୍ମ ଇଣ୍ଡଷ୍ଟ୍ରି ଓ ସିନେପ୍ରେମୀଙ୍କ ପାଇଁ ଚିନ୍ତାର କାରଣ । ଶାହରୁଖ କୋଭିଡରେ ସଂକ୍ରମିତ ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସମବେଦନା ଜଣାଇବାକୁ ଭୁଲି ନାହାନ୍ତି । ରାଜ୍ୟର ବ୍ରାଣ୍ଡ ଆମ୍ବାସଡର ଶାହରୁଖ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ଦିଦି ଟ୍ୱିଟ୍ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ କିଙ୍ଗ ଖାନ୍ କରଣ ଜୋହରଙ୍କ ପାର୍ଟିରେ ଯୋଗ ଦେଇଥିଲେ । ତାଙ୍କ ସହ ପତ୍ନୀ ଗୌରୀ ଓ ବଡ଼ ପୁଅ ଆର୍ୟନ ମଧ୍ୟ ସାମିଲ ଥିଲେ । ବର୍ତ୍ତମାନ ସମୟରେ ଶାହରୁଖ ନିଜର ପ୍ରୋଜେକ୍ଟକୁ ନେଇ ବହୁତ ବ୍ୟସ୍ତ ରହୁଛନ୍ତି । ଗତ ୩ ତାରିଖରେ ସେ ନିଜର ନୂଆ ଫିଲ୍ମ ଜବାନର ଟିଜର ଲଞ୍ଚ କରିଥିଲେ । ଉକ୍ତ ଫିଲ୍ମରେ ଶାହରୁଖ ଜଣେ ଆଘାତପ୍ରାପ୍ତ ଯୁବକ ଭୂମିକାରେ ଆସୁଛନ୍ତି । ଉକ୍ତ ଫିଲ୍ମକୁ ସାଉଥର ପ୍ରସିଦ୍ଧ ନିର୍ଦ୍ଦେଶକ ଏଟଲି ପ୍ରସ୍ତୁତ କରୁଥିବା ବେଳେ ଅଭିନେତ୍ରୀ ନୟନତାରେ ସେଥିରେ ନଜର ଆସିବେ ।

Get real time updates directly on you device, subscribe now.