fbpx

ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ମିଳିବ ଅଦ୍ଭୁତ ଫାଇଦା

ଚଣାରେ ଅନେକ ପୋଷାକ ତତ୍ତ୍ଵ ଭରି ରହିଛି । ଏଥିରେ କ୍ୟାଲୋରୀ,ଫାଇବର, ଓ ପ୍ରୋଟିନ ଭରପୁର ରହିଛି । ଏହା ବ୍ୟତୀତ ଆଇରନ , କପର , ଫୋଲେଟ୍ ଓ ମାଙ୍ଗାନିଜ ମଧ୍ୟ ରହିଛି । ତେବେ ଚାଲନ୍ତୁ ଜାଣିବା ଗଜା ବୁଟ ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟକୁ କଣ ଲାଭ ମିଳିଥାଏ । ସାଧାରଣତଃ ଧାରଣତଃ ଆମମାନଙ୍କ ମଧ୍ୟରୁ ଅନେକ ଲୋକ ମାନିଥାନ୍ତି ଯେ ସକାଳର ଜଳଖିଆ ବହୁତ ହାଲକା ଫୁଲକା ହେବା ଆବଶ୍ୟକ କିନ୍ତୁ ଏହା ଭୁଲ । ରାତ୍ରିଭୋଜନ ପରେ ସକାଳର ଜଳଖିଆ ପର୍ଯ୍ୟନ୍ତ ଏହା ମଧ୍ୟରେ ସମୟର ବ୍ୟବଧାନ ବହୁତ ଅଧିକ ହୋଇଥାଏ । ସେଥିପାଇଁ ସକାଳୁ ସକାଳୁ ଏକ ପୌଷ୍ଟିକ ଆହାର ଆମ ଶରୀରର ପାଇଁ ବହୁତ ଆବଶ୍ୟକୀୟ ହୋଇଥାଏ । ଆମେ ସାଧରଣତଃ ଭାବିଥାଉ ଯେ ଟିଫିନ ଏମିତି ହେବା ଆବଶ୍ୟକ ଯାହା ଅତି ଚଟାପଟ ପ୍ରସ୍ତୁତ ହୋଇଯାଉଥିବ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏପରି ଖାଦ୍ୟ ଯାହାକୁ ଆପଣ ଅତି କମ ସମୟ ମଧ୍ୟରେ ଓ ଅତି ସହଜରେ ପ୍ରସ୍ତୁତ କରିପାରିବେ ।

ସାଧାରଣତଃ ଆପଣ ଶୁଣିଥିବେ ଯେ ଖାଲି ପେଟରେ ଗଜା ମୁଗ କିମ୍ବା ଗଜା ବୁଟ ଖାଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଥାଏ । ତେବେ ଏହା ପଛରେ ଅନେକ କାରଣ ରହିଛି । ଯଦି ଆପଣ ନିଜ ଖାଦ୍ୟରେ କିଛି ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି, ତେବେ ଚଣା ବା ବୁଟ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ । ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା…

-ଶାରୀରିକ ଦୁର୍ବଳତାକୁ ଦୂର କରିବା ପାଇଁ, ଶରୀରକୁ ମଜବୁତ କରିବା ପାଇଁ ତଥା ଓଜନ ବଢ଼ାଇବା ପାଇଁ ସନ୍ଧ୍ୟାରେ ଦୁଇ ମୁଠାଏ ବୁଟକୁ ବିଶୁଦ୍ଧ ପାଣିରେ ଭିଜାଇ ଦିଅନ୍ତୁ । ଏହାପରେ ଏହି ଅଙ୍କୁରିତ ହେବା ପରେ ଏହାକୁ ଚୋବାଇ ଚୋବାଇ ଖାଆନ୍ତୁ ।

– ସିଝା ହୋଇଥିବା ବୁଟ ପିତ୍ତ ଓ କଫକୁ ଦୂର କରିଥାଏ । କିନ୍ତୁ ଅଙ୍କୁରିତ ବା ଗଜା ବୁଟ ଶକ୍ତି ବୃଦ୍ଧିକାରୀ, ରକ୍ତ ସଫା, ପ୍ରୋଟିନରେ ଭରପୂର ତଥା ଥଣ୍ଡା ହୋଇଥାଏ ।

-ଲୁଣ ନ ମିଶାଇ ଗଜା ବୁଟ ଚୋବାଇ ଖାଇଲେ ତ୍ୱଚା ସୁସ୍ଥ ରହେ ଓ ଏହା ଚିକ୍କଣ ଦିଶେ । କାଛୁ କୁଣ୍ଡିଆ ଭଳି ରୋଗ ମଧ୍ୟ ହୋଇ ନ ଥାଏ ।

– ଦୁର୍ବଳ ହୃଦୟ ଥିବା ବ୍ୟକ୍ତିମାନେ ପ୍ରତିଦିନ ଗଜା ବୁଟ ଖାଇବା ଉଚିତ । ଏହି ଚନାରେ ପ୍ରଚୁର ମାତ୍ରାରେ ମ୍ୟାଗ୍ନେସିୟମ୍ ଓ ଫୋଲେଟ୍ ଥାଏ । ଯାହା କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ସହାୟକ ହୋଇଥାଏ ।

– ପ୍ରତିଦିନ ସକାଳେ ଗଜା ବୁଟ ଖାଇଲେ ପାଚନ ତନ୍ତ୍ର ସୁସ୍ଥ ହୋଇଯାଏ । କାରଣ ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍‌ ଥାଏ ।

– ଗଜା ବୁଟ ଖାଇଲେ ଶରୀରରେ ପ୍ରଜନନ କ୍ଷମତା ବୃଦ୍ଧି ପାଇଥାଏ ।

– ରକ୍ତହୀନତା ରୋଗ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ। ସେମାନେ ଅଙ୍କୁରିତ ବୁଟ, ଗହମର ବେସନ ମିଶାଇ ରୁଟି କିମ୍ବା ଅନ୍ୟ ଉପାୟ ସେବନ କରିବା ଆବଶ୍ୟକ । ଏଥିରୁ ଲାଭ ମିଳିଥାଏ ।

– ଯଦି ଆପଣଙ୍କର ମୂତ୍ରଜନିତ ସମସ୍ୟା ଥାଏ। ତେବେ ଗଜା ବୁଟ ଖାଇବା ଦ୍ୱାରା ସେହି ସମସ୍ୟା ରହିବ ନାହିଁ । ଏହା ପାଇଲ୍ସ ପାଇଁ ମଧ୍ୟ ଉପକାରୀ ହୋଇଥାଏ ।

– ଯଦି ରକ୍ତଚାପ ଥାଏ। ତେବେ ଗଜା ବୁଟ ଖାଇବା ଉଚିତ। କାରଣ ଏହା ରକ୍ତବାହୀକୁ ସ୍ୱାଭାବିକ କରିଥାଏ । ଯାହା ଉଚ୍ଚ ରକ୍ତଚାପର ଆଶଙ୍କା ହ୍ରାସ କରିଥାଏ ।

Get real time updates directly on you device, subscribe now.