fbpx

ଦେଶରେ କରୋନା ମାମଲାର ଭୟାନକ ବୃଦ୍ଧି; ଆଜି ୭ ହଜାରରୁ ଅଧିକ ନୂତନ ମାମଲା, ୩୨ ହଜାର ଅତିକ୍ରମ କଲା ସକ୍ରିୟ ମାମଲା

କଟକ(ଓଡ଼ିଶା ଭାସ୍କର): ଦେଶରେ କରୋନା ସଂକ୍ରମଣ ପୁଣି ତିବ୍ରଗତିରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୭ ହଜାର ୨୪୦ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ କରୋନାରେ ଭାରତରେ ୫,୨୪,୭୨୩ ମୃତ୍ୟୁ ହୋଇସାରିଲାଣି। ଏବେ ଭାରତରେ ୩୨ ହଜାର(୩୨,୪୯୮) ସକ୍ରିୟ ମାମଲା ରହିଛି।

ବଢୁଥିବା କରୋନା ମାମଲା ପୁର୍ବ ଲହରକୁ ମନେ ପକାଇ ଦେଇଛି। ଗତକାଲି ଅର୍ଥାତ୍ ୮ ତାରିଖ ପାଞ୍ଚ ହଜାରରୁ ଅଧିକ ମାମଲା ଆସିଥିଲା। ସେହିପରି ୭ ତାରିଖରେ ପ୍ରାୟ ୪ ହଜାର ମାମଲା ସାମ୍ନାକୁ ଅସିଥିଲା। ମହାରାଷ୍ଟ୍ର, ଦିଲ୍ଲୀ, କେରଳରେ କରୋନା ମାମଲା ବଢିବାରେ ଲାଗିଛି। ଯେଉଁ କାରଣରୁ କରୋନା ମାମଲା ବଢିପାରେ ଲାଗିଛି।

Get real time updates directly on you device, subscribe now.