fbpx

(Video) ପୁଅର ଶବ ଦେବାପାଇଁ ମେଡିକାଲ ମାଗୁଛି ୫୦ ହଜାର ଲାଞ୍ଚ: ଭିକ ମାଗି ଟଙ୍କା ସଂଗ୍ରହ କରୁଛନ୍ତି ମା-ବାପା

ସମସ୍ତୀପୁର: ଅନେକ ଥର କିଛି କଥା ଆମକୁ ବିଚଳିତ କରିଥାଏ, ଯାହାକି ମାନବିକତାକୁ ଲଜ୍ଜିତ କରିଥାଏ । ଏପରି ଦୃଶ୍ୟ ଓ କାହାଣୀକୁ ଦେଖିବା ପରେ ମାନବିକତା ଉପରୁ ଭରସା ଉଠିଯାଇଛି । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଭିକ ମାଗୁଥିବାର ଦେଖିବାକୁ ମିଳିଛି । ନିଜ ପୁଅର ଶବକୁ ମେଡିକାଲରୁ ଆଣିବା ପାଇଁ ସେ ଭିକ ମାଗୁଥିବା ଜଣାପଡିଛି । ଏଭଳି ଏକ ଲଜ୍ଜାଜନକ ଘଟଣା ବିହାର ସମସ୍ତୀପୁରରେ ଘଟିଛି ।

ସୂଚନା ଅନୁସାରେ, ପୁଅର ଶବ ପାଇଁ ମେଡିକାଲ କର୍ମଚାରୀ ୫୦ ହଜାର ଟଙ୍କା ଦାବି କରୁଛନ୍ତି । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହେବା କାରଣରୁ ଅସହାୟ ବାପା ସହରରେ ବୁଲୁ ବୁଲି ଟଙ୍କା ମାଗୁଛନ୍ତି । କିଛି ଦିନ ହେବ ପୁଅ ନିଖୋଜ ହୋଇଯାଇଥିଲା ବୋଲି ବାପା ମହେଶ ଠାକୁର କହିଛନ୍ତି । ତାଙ୍କ କହିବା ମୁତାବକ, ‘କିଛି ଦିନ ପୂର୍ବେ ମୋ ପୁଅ ନିଖୋଜ ହୋଇଯାଇଥିଲା । ସମସ୍ତୀପୁରର ସର୍ଦା ହସ୍ପିଟାଲରେ ପୁଅର ଶବ ଅଛି ବୋଲି ମୁଁ ଫୋନ୍ କଲ୍ ପାଇଲି । ପୁଅର ଶବ ନେବା ପାଇଁ ୫୦,୦୦୦/- ଟଙ୍କା ଆଣିବା ପାଇଁ ହସ୍ପିଟାଲ୍ର ଜଣେ କର୍ମଚାରୀ କହିଛନ୍ତି । ଆମେ ଗରିବ ଲୋକ, ଏତେ ଟଙ୍କା କୁଆଡୁ ଆଣିବୁ?’

ସୂଚନାଯୋଗ୍ୟ, ଡାକ୍ତରଖାନାର ଅଧିକାଂଶ କର୍ମଚାରୀ ଠିକାରେ ନିଯୁକ୍ତି ପାଇଛନ୍ତି ଏବଂ ଠିକ୍ ସମୟରେ ଦରମା ପାଆନ୍ତି ନାହିଁ । ଡାକ୍ତରଖାନାର କର୍ମଚାରୀମାନେ ରୋଗୀମାନଙ୍କର ଆତ୍ମୀୟମାନଙ୍କ ଠାରୁ ଅର୍ଥ ନେଉଥିବାର ଅନେକ ଦୃଷ୍ଟାନ୍ତ ରହିଛି । ଏ ଘଟଣା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତରଖାନାର କର୍ତ୍ତୃପକ୍ଷମାନେ କହିଛନ୍ତି ।

Get real time updates directly on you device, subscribe now.