fbpx

ପୁଣି ଡରାଉଛି କରୋନା: କଟକର ଏକ ଘରୋଇ ହଷ୍ଟେଲରୁ ୧୩ ଛାତ୍ର ପଜିଟିଭ୍

କଟକ(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ହାର କମିଥିଲେ ଏହା ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇନି । ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଶିକ୍ଷାନୁଷ୍ଠାନର ସିଏମସି ୫୯ ନମ୍ବର ୱାର୍ଡରେ ଥିବା ଛାତ୍ରାବାସରୁ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । କିଛି ପିଲାଙ୍କୁ ଜ୍ୱର ଓ ଥଣ୍ଡା ହେବାରୁ ୫୬ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା । ୫୬ଟି ସମ୍ପଲ ଟେଷ୍ଟରୁ ୧୩ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜି ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଙ୍କ ଆରଟିପିସିଆର ଟେଷ୍ଟ ହେବ । ଏନେଇ କଟକ ଜିଲ୍ଲା କୋଭିଡ ନୋଡାଲ ଅଫିସର ଡା.ଉମେଶ ରାୟ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଦେଶରେ ଗତ ୨୪ ଘଣ୍ଟାରେ ୭ ହଜାର ୨୪୦ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ କରୋନାରେ ଭାରତରେ ୫,୨୪,୭୨୩ ମୃତ୍ୟୁ ହୋଇସାରିଲାଣି। ଏବେ ଭାରତରେ ୩୨ ହଜାର(୩୨,୪୯୮) ସକ୍ରିୟ ମାମଲା ରହିଛି। ବଢୁଥିବା କରୋନା ମାମଲା ପୁର୍ବ ଲହରକୁ ମନେ ପକାଇ ଦେଇଛି। ଗତକାଲି ଅର୍ଥାତ୍ ୮ ତାରିଖ ପାଞ୍ଚ ହଜାରରୁ ଅଧିକ ମାମଲା ଆସିଥିଲା। ସେହିପରି ୭ ତାରିଖରେ ପ୍ରାୟ ୪ ହଜାର ମାମଲା ସାମ୍ନାକୁ ଅସିଥିଲା। ମହାରାଷ୍ଟ୍ର, ଦିଲ୍ଲୀ, କେରଳରେ କରୋନା ମାମଲା ବଢିବାରେ ଲାଗିଛି। ଯେଉଁ କାରଣରୁ କରୋନା ମାମଲା ବଢିପାରେ ଲାଗିଛି।

Get real time updates directly on you device, subscribe now.