fbpx

୩ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେବେଠୁ ଓ ଏହାର କାରଣ କଣ?

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଜୁନ୍ ମାସର ବିଭିନ୍ନ ବ୍ୟାଙ୍କ୍ ସଂଗଠନର ଧର୍ମଘଟ କାରଣରୁ ପ୍ରାୟ ତିନି ଦିନ ବ୍ୟାଙ୍କ୍ ବନ୍ଦ ରହିପାରେ। ମାସର ଶେଷ ସପ୍ତାହରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କ୍ କର୍ମଚାରୀମାନେ ଧର୍ମଘଟ କରିବେ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ୯ଟି ବ୍ୟାଙ୍କ୍ ୟୁନିଅନର ମିଳିତ ସଂସ୍ଥା ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିଅନ୍ସ(UFBU) ଧର୍ମଘଟ କରିବାକୁ ଧମକ ଦେଇଛନ୍ତି।

ଧର୍ମଘଟକୁ ନଜରରେ ରଖି ଗ୍ରାହକମାନେ ଜୁନ୍ ୨୪ (ଶୁକ୍ରବାର) ପୁର୍ବରୁ ଜୁନ୍ ନିଜର ସମସ୍ତ ଜରୁରି କାର୍ଯ୍ୟ ସାରି ନିଅନ୍ତୁ। ଏହା ପରେ ୨୫ ତାରିଖ ମାସର ଚତୁର୍ଥ ଶନିବାର ହୋଇଥିବାରୁ ଅନେକ ବ୍ୟାଙ୍କ୍ ଏହି ଦିନ ବନ୍ଦ ରହିବ। ଏହା ପରେ ୨୬ ତାରିଖ ରବିବାର। ତେବେ ୨୭ରୁ ଲଗାତାର ତିନି ଦିନ ଧରି ଏହି ଧର୍ମଘଟ ଆରମ୍ଭ ହେଉଥିବା ସଂଗଠନ ଚେତାବନୀ ଦେଇଛନ୍ତି।

ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (AIBEA) ସାଧାରଣ ସମ୍ପାଦକ ସିଏଚ ଭେଙ୍କେଟେଚଳମ UFBU ବୈଠକ ପରେ କହିଛନ୍ତି ଯେ ସେମାନଙ୍କ ଦାବି ମଧ୍ୟରେ ସମସ୍ତ ପେନ୍‌ସନ୍‌ଭୋଗୀଙ୍କ ପାଇଁ ପେନ୍‌ସନ୍‌ ଯୋଜନାରେ ସଂଶୋଧନ ଏବଂ ଜାତୀୟ ପେନ୍‌ସନ୍‌ ଯୋଜନାକୁ ଖାରଜ କରିବା। ଏହା ବ୍ୟତୀତ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍ସନ୍ ଯୋଜନାର ପୁଣି ଲାଗୁ କରିବାକୁ ଦାବି ରହିଛି।

ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ୍ (AIBOC) ର ସାଧାରଣ ସମ୍ପାଦକ ସୌମ୍ୟ ଦତ୍ତା କହିଛନ୍ତି ଯେ ଏହି ଧର୍ମଘଟରେ ଦେଶର ପ୍ରାୟ ସାତ ଲକ୍ଷ କର୍ମଚାରୀ ଯୋଗଦେବେ।UFBU ଅଧୀନରେ ଥିବା ନଅଟି ବ୍ୟାଙ୍କ ୟୁନିଅନରେ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ୍ (AIBOC), ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (AIBEA) ଏବଂ ନ୍ୟାସନାଲ ଅର୍ଗାନାଇଜେସନ୍ ଅଫ୍ ବ୍ୟାଙ୍କ ୱାର୍କର୍ସ (NOBW) ଅନ୍ତର୍ଭୁକ୍ତ।

Get real time updates directly on you device, subscribe now.