fbpx
BJD
BJD SKY
BJD SKY

(Video) ଉଦଘାଟନ ବେଳେ ଭୁଶୁଡ଼ିଲା ଝୁଲା ବ୍ରିଜ୍: ପତ୍ନୀଙ୍କ ସହ ନାଳରେ ପଡ଼ିଲେ ମେୟର ସାହେବ୍

ଭ୍ରଷ୍ଟାଚାର ଅନେକ ମାମଲା ଦେଖିବାକୁ ମିଳୁଛି, ଯାହାର ଶିକାର କେବଳ ସାଧାରଣ ଜନତା ହେଉଛନ୍ତି । ସରକାରୀ ବିଭାଗ ଦ୍ୱାରା ସଡ଼କ ନିର୍ମାଣ ହେଉ ବା ବ୍ରିଜ ନିର୍ମାଣରେ ଦୁର୍ନୀତି ହେଉଛି । ଭାରତରେ ଏହା ଅତି ସାଧାରଣ କଥା । କିନ୍ତୁ ବାହାର ଦେଶରେ ବି ଏପରି ଅବହେଳା ଦେଖିବାକୁ ମିଳୁଛି । ମେକ୍ସିକୋରେ ଏକ ଜ୍ୱଳନ୍ତ ଫଟୋ ସାମ୍ନାକୁ ଆସିଛି ।

ଉଦଘାଟନ୍ ସମୟରେ ଭୁଶୁଡ଼ି ପଡ଼ିଥିଲା ଏକ ଝୁଲା ବ୍ରିଜ୍ । ଫଳରେ ଉଦଘାଟନ କରିବାକୁ ଆସିଥିବା ମେୟର ନିଜ ପତ୍ନୀ ଓ କିଛି ସହଯୋଗୀଙ୍କ ସହ ନାଳରେ ପଡିଥିଲେ । ଏହି ବ୍ରିଜ୍ ଉଦ୍ଘାଟନ ବେଳେ ସହରର ମେୟରଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଲୋକମାନେ ବ୍ରିଜ୍ ଉପରେ ଚଢ଼ିବା ବେଳେ ହଠାତ୍ ଏହା ଭାଙ୍ଗି ପଡ଼ିଥିଲା ଓ ମେୟରଙ୍କ ସମେତ ପାଖାପାଖି ୨ ଡଜନ ଲୋକ ତଳେ ଗଳି ପଡ଼ିଥିଲେ । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ଏହି ଘଟଣା ମେକ୍ସିକୋର କ୍ୱେର୍ନିବାକା ସହରରେ ଘଟିଛି । ଏଠାରେ ଏକ ନଦୀ ଉପରେ ଏକ ଫୁଟ୍ ବ୍ରିଜ୍ ତିଆରି କରାଯାଇଥିଲା । ଏହି ବ୍ରିଜ୍ କାଠ ଓ ମେଟାଲ ଚେନରେ ନିର୍ମିତ ହୋଇଥିଲା । ଫଳରେ ଏହା ଅଳ୍ପ ଭାର ସମ୍ଭାଳିବାକୁ ସକ୍ଷମ ଥିଲା । କିନ୍ତୁ ଉଦ୍ଘାଟନ ବେଳେ ଏହି ବ୍ରିଜ୍ ଉପରେ ଏକକାଳୀନ ପାଖାପାଖି ୫୦ ଜଣ ଚଢ଼ିଯାଇଥିଲେ । ଫଳରେ ତାହା ଛିଡ଼ି ପଡ଼ିଥିଲା ଏବଂ ମେୟର ଓ ତାଙ୍କ ପତ୍ନୀଙ୍କ ସମେତ ପାଖାପାଖି ୧୫ ଜଣ ଲୋକ ତଳେ ନାଳରେ ଗଳି ପଡ଼ିଥିଲେ ।

ଏହି ବ୍ରିଜ୍ ଛିଡ଼ିବା ପରେ ସହରର କାଉନ୍ସିଲ ମେମ୍ବର ଓ ଅନ୍ୟ ସ୍ଥାନୀୟ ଅଧିକାରୀ ୩ ମିଟର ତଳେ ନାଳରେ ଗଳି ପଡ଼ିଥିଲେ । ନାଳ ତଳେ ପଥର ଥିଲା । ଲୋକମାନେ ଏହ ପଥର ଉପରେ କଚି ହୋଇ ପଡ଼ିଥିଲେ । ଏ ଅବସରରେ ଲୋକମାନେ କ୍ଷତାକ୍ତ ବି ହୋଇଥିବା ଜଣାଯାଇଛି । ପରେ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବ୍ରିଜ୍ ଉପରେ ଅତ୍ୟଧିକ ଲୋକ ଚଢ଼ିଯିବାରୁ ତାହା ଛିଡ଼ିପଡ଼ିଥିବା ରିପୋର୍ଟରୁ ଜଣାପଡିଛି ।

Get real time updates directly on you device, subscribe now.