fbpx

ମୋଦୀଙ୍କୁ ରାହୁଲଙ୍କ ଚିଠି

ନୂଆଦିଲ୍ଲୀ, ୨୯ ।୩: କରୋନା ଭାଇରସ୍ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛିି । ବର୍ତ୍ତମାନ ସୁଦ୍ଧା ଦେଶରେ ମୃତ୍ୟୁ ସଂଖ୍ୟା ୨୬ କୁ ବୃଦ୍ଧି ପାଇଥିବା ବେଳେ ୯୭୯ ଜଣ ଆକ୍ରାନ୍ତ ହୋଇଛନ୍ତି । କୋଭିଡ-୧୯ ଉପରେ କିଛି ପରାମର୍ଶ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ।

କରୋନାର ମୁକାବିଲା ପାଇଁ ସରକାରଙ୍କ ସହ କଂଗ୍ରେସର ସମସ୍ତ କର୍ମୀ ଅଛନ୍ତି ବୋଲି ଚିଠିରେ କହିଛନ୍ତି ରାହୁଲ । ଏହା ସହ ସେ କହିଛନ୍ତି ଯେ, ଭାରତରେ କରୋନା ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପ ଗ୍ରହଣ କରିବାରେ ଆମେ ସାହାଯ୍ୟ କରିବୁ । ଦେଶରେ ଏଭଳି ସଙ୍କଟ ସମୟରେ ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ ଆପଣଙ୍କ ସହିତ ଅଛନ୍ତି ବୋଲି ସେ କହିଛନ୍ତି ।ଏହା ସହ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସରକାର ମେଡିକାଲମାନଙ୍କରେ ଅଧିକ ଶଯ୍ୟାର ବ୍ୟବସ୍ଥା କରନ୍ତୁ ବୋଲି ରାହୁଲ କହିଛନ୍ତି ।

Get real time updates directly on you device, subscribe now.