fbpx
BJD SKY
BJD SKY

IND vs SA ମ୍ୟାଚ୍ ସମୟରେ ଦର୍ଶକଙ୍କ ଭିତରେ ହେଲା ଖୁବ୍ ମାରପିଟ୍, ଦେଖନ୍ତୁ Video

BJD

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଛି। ମ୍ୟାଚ୍ ସମୟରେ ଖେଳାଳି ଦମଦାର ପ୍ରଦର୍ଶନ କରି ପ୍ରଶଂସା ସାଉଁଟୁଥିବା ବେଳେ ଅନ୍ୟପଟେ କିଛି ଦର୍ଶକଙ୍କ ମଧ୍ୟରେ ଖୁବ୍ ମାରପିଟ୍ ହୋଇଛି। ଅରୁଣ ଜେଟଲୀ ଷ୍ଟାଡିୟମର ଇଷ୍ଟ ଷ୍ଟାଣ୍ଡରେ ଏହି ଘଟଣା ଘଟିଛି। ମାମଲା ବଢୁଥିବା ଦେଖି ପୋଲିସ ହସ୍ତକ୍ଷେପ କରି ସ୍ଥିତି ଶାନ୍ତ କରିଥିଲା। ଏହି ଝଗଡାର ଭିଡିଓ ସଂପ୍ରତି ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ଭିଡିଓ ଆରମ୍ଭରୁ ଦେଖିବାକୁ ମିଳିଛି ଯେ, ଦୁଇ ଜଣ ଦର୍ଶକ ଜଣଙ୍କୁ ମାଡ ମାରୁଛନ୍ତି। କିଛି ସମୟ ପରେ ଆଉ ଦୁଇ ଜଣ ଆସୁଛନ୍ତି ଏବଂ ମାଡ ଖାଉଥିବା ଦର୍ଶକଙ୍କୁ ଖୁବ୍ ପିଟୁଛନ୍ତି। ଏହି ଝଗଡାର ପ୍ରକୃତ କାରଣ ସ୍ପଷ୍ଟ ଜଣା ପଡିନାହିଁ। ମାତ୍ର କୁହାଯାଉଛି ଯେ, ଜଣେ ଦର୍ଶକ ବହୁତ ଉତ୍ସାହିତ ଥିଲେ। ବୋଧହୁଏ ସେ ପ୍ରଥମ ଥର ଷ୍ଟାଡିୟମକୁ ମ୍ୟାଚ୍ ଦେଖିବାକୁ ଆସିଥିଲେ ଏବଂ ସାଥୀରେ ବଡ ତ୍ରିରଙ୍ଗା ପତାକା ଧରି ଆସିଥିଲେ। ସେ ପତାକା ଉଡାଉଥିବାରୁ ବୋଧହୁଏ ଅନ୍ୟ ଦର୍ଶକଙ୍କୁ ମ୍ୟାଚ୍ ଦେଖିବାରେ ସମସ୍ୟା ହେଉଥିଲା। ଏହାକୁ ନେଇ ପ୍ରଥମେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ କଥା ହାତାହାତି ପର‌୍ୟ୍ୟନ୍ତ ଯାଇଥିଲା।

 

ଯଦି ମୁକାବିଲା କଥା କହିବା ତେବେ ଭାରତ ପ୍ରଥମେ ବ୍ୟାଟିଂ କରି ଇଶାନ କିଷନଙ୍କ ୭୬ ରନର ଦମଦାର ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୧୨ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଜବାବରେ ଭ୍ରମଣକାରୀ ଦଳ ଡେଭିଡ୍ ମିଲର ଏବଂ ଡସେନଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୫ ବଲ୍ ବଳକା ଥାଇ ୩ ଓ୍ଵିକେଟ୍ ହରାଇ ବିଜୟ ହାସଲ କରି ନେଇଥିଲା। ସିରିଜର ଦ୍ଵିତୀୟ ମୁକାବିଲା ଜୁନ ୧୨ରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ।

Get real time updates directly on you device, subscribe now.