fbpx

କାଳ ହେଲା ମୋବାଇଲ ଗେମ: ଚାଲେଞ୍ଜ ପୂରା କରି ନ ପାରି ପୁଅର ଆତ୍ମହତ୍ୟା

ରାଜସ୍ଥାନ: ରାଜସ୍ଥାନର ଜଣେ କଂଗ୍ରେସ ମହିଳା ନେତାଙ୍କ ପୁଅର ଆତ୍ମହତ୍ୟା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କଂଗ୍ରେସ ନେତ୍ରୀ କାମିନୀ ଗୁର୍ଜରଙ୍କ ୨୧ ବର୍ଷର ପୁଅ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ପୁଅର ଝୁଲନ୍ତା ଶବ ଦେଖି ପିତା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ଏହି ଆତ୍ମହତ୍ୟାର କାରଣ ମୋବାଇଲ ଗେମ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, କାମିନୀ ଗୁର୍ଜରଙ୍କ ପୁଅ ପ୍ରଥମ ଗୁର୍ଜର ନିଜ ରୁମରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ତେବେ ପରିବାରରେ କୌଣସି ମନମାଳିନ୍ୟ କିମ୍ବା ଝଗଡା ହୋଇନଥିବା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । କିନ୍ତୁ ପ୍ରଥମ ମୋବାଇଲ ଗେମ ଖେଳୁଥିବା ପରିବାର ଲୋକ ଶ୍ୱୀକାର କରିଛନ୍ତି । ତେଣୁ ଆତ୍ମହତ୍ୟାର କାରଣ ଏହି ମୋବାଇଲ ଗେମ ହୋଇଥାଇପାରେ ବୋଲି କୁହାଯାଉଛି । ତେବେ ଶେଷ ଥର ପାଇଁ ସକାଳ ୪ଟାରେ ପ୍ରଥମଙ୍କ ଜେଜେମା ତାଙ୍କୁ ବାଥରୁମରୁ ଆସୁଥିବାର ଦେଖିଥିଲେ ।

ଗଛରେ ପାଣି ଦେଉଥିବା ସମୟରେ ପିତା ପ୍ରଥମଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ । ପଡୋଶୀଙ୍କ ସହିତ ମିଶି ରୁମର ଗେଟ ଭାଙ୍ଗିଥିଲେ ପ୍ରଥମଙ୍କ ପିତା । ଶବ ଉଦ୍ଧାର କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରଥମଙ୍କ ମୋବାଇଲକୁ ଜବତ କରିଛି ପୋଲିସ ।

Get real time updates directly on you device, subscribe now.