fbpx

ବୁଲା କୁକୁରଙ୍କ ଆକ୍ରମଣରେ ଚାଲିଗଲା ୫ ବର୍ଷର ଶିଶୁ ଜୀବନ: ଭଉଣୀର ସାମ୍ନାରେ ଘଟିଗଲା ଅଘଟଣ

କୁକୁରକୁ ମଣିଷର ସବୁଠୁ ବିଶ୍ୱସ୍ତ ବନ୍ଧୁ ବୋଲି କୁହାଯାଏ । କିନ୍ତୁ ଏହା ହୁଏତ ବୁଲା କୁକୁରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନଥାଏ । କାରଣ ଅନେକ ସମୟରେ ଏହି ବୁଲା କୁକୁରଙ୍କ ପ୍ରାଦୁର୍ଭାବ ମଣିଷକୁ ଅଡ଼ୁଆରେ ପକାଇଥାଏ । ଅବଶ୍ୟ ପଶୁପ୍ରେମୀଙ୍କ ଦ୍ୱାରା ଏହି ବୁଲା କୁକୁରଙ୍କୁ ସୁରକ୍ଷା ମିଳିଥାଏ । ହେଲେ ଅନେକ ସମୟରେ ବୁଲା କୁକୁରଙ୍କ ଆକ୍ରମଣ ନେଇ ମଧ୍ୟ ଖବର ଆସିଥାଏ । ଏମିତିକି ବୁଲା କୁକୁରଙ୍କ ଆକ୍ରମଣର ଛୋଟ ଛୋଟ ଶିଶୁମାନଙ୍କ ଜୀବନ ଚାଲି ଯାଉଥିବା ଭଳି ଘଟଣା ଦେଖିବାକୁ ମିଳିଛି । ବିର୍ତ୍ତମାନ ଏହିଭଳି ଏକ ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର ନାଗପୁର ଜିଲ୍ଲା କଟୋଲ କସବେ ଅଞ୍ଚଳରେ ଦେଖିବାକୁ ମିଳିଛି ।

କିଛି ବୁଲା କୁକୁରଙ୍କ ଆକ୍ରମଣରେ ବିରାଜ ରାଜୁ ଜୟବାର ନାମକ ଜଣେ ୫ ବର୍ଷ ଶିଶୁର ମୃତ୍ୟୁ ହୋଇଯାଇଛି । ଘଟଣାସ୍ଥଳରେ ଶିଶୁର ଭଉଣୀ ଉପସ୍ଥିତ ଥିଲେ ମଧ୍ୟ ନିଜ ଛୋଟ ଭାଇକୁ ବଞ୍ଚାଇ ପାରିନଥିଲେ । ରାଜୁ ନିଜ ଭଉଣୀ ସହ ବୁଲିବାକୁ ଯାଇଥିବା ସମୟରେ ଏଭଳି ଅଘଟଣ ଘଟିଥିଲା । ରାଜୁର ଭଉଣୀ କୁକୁରଙ୍କୁ ତଡ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ କୁକୁରମାନେ ରାଜୁକୁ ଟାଣି ଟାଣି ଏକ କନଷ୍ଟ୍ରକ୍ସନ ସାଇଟକୁ ନେଇଯାଇଥିଲେ । ସେଠାରେ ବୁଲା କୁକୁରମାନେ ରାଜୁକୁ କାମୁଡ଼ି କାମୁଡ଼ି ମାରି ଦେଇଥିବା ଜଣା ପଡ଼ିଛି ।

ସୂଚନା ପାଇ ଘଟଣାସ୍ଥଳରେ ରାଜୁର ବାପା ମା’ ଓ ସ୍ଥାନୀୟ ଲୋକ ପହଞ୍ଚିଥିଲେ, ଏବଂ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାଜୁକୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ରାଜୁକୁ ମୃତ ଘୋଷଣା କରିଥେôଲ । କଟୋଲ ପୋଲିସ ଦୁର୍ଘଟଣାଜିନତ ମୃତ୍ୟୁ ମାମଲା ରୁଜୁ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

 

Get real time updates directly on you device, subscribe now.