fbpx

ଫଟୋରେ ଦେଖାଯାଉଛି କ’ଣ? ଉତ୍ତରରୁ ଜଣାପଡ଼ିବ ଆପଣଙ୍କ ବ୍ୟକ୍ତିତ୍ୱ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ଏଭଳି ଫଟୋ ସାମ୍ନାକୁ ଆସିଥାଏ । ଯାହା ସହଜରେ ନ୍ଦ୍ୱନ୍ଦରେ ପକାଇଥାଏ । ସାଧାରଣ ଦେଖାଯାଉଥିଲେ ଏହି ଫଟୋ ଅନେକ କଥା କହିଥାଏ । କାରଣ ଗୋଟିଏ ଫଟୋରେ ଅନେକ ଚେହେରା ଦେଖିବାକୁ ମିଳେ, କିନ୍ତୁ ଏହି ଫଟୋରେ ଆପଣଙ୍କୁ ପ୍ରଥମେ କ’ଣ ଦେଖାଯାଉଛି ତାହା ଦେଖିବାଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ଜଣାପଡ଼େ ।

ଏହି ଫେଟୋକୁ ଅପ୍ଟିକାଲ ଇଲ୍ୟୁଜନ ଫଟୋ ବୋଲି କୁହାଯାଏ । ଏମିତିରେ ଆମେ ଆପଣଙ୍କୁ ଯେଉଁ ଫଟୋ ଦେଖାଇଛୁ ଏହି ଫଟୋରେ ଆପଣ ପ୍ରଥମେ କ’ଣ ଦେଖିଲେ ଏବଂ ତାହା ଆଧାରରେ ଆପଣଙ୍କ ବ୍ୟକ୍ତିତ୍ୱା ଜଣପଡ଼ିଥାଏ । ଦେଖନ୍ତୁ ଏହି ଫଟୋ:-

–     ଯଦି ଆପଣଙ୍କୁ ପ୍ରଥମେ ନଦୀ ଦେଖାଗଲା ତେବେ ଏଭଳି ଲୋକଙ୍କୁ ତାଙ୍କ ସ୍ୱାଧୀନତା ସବୁକିଛି ହୋଇଥାଏ । ଏଭଳି ଲୋକ କାହାର ନିର୍ଦ୍ଦେଶରେ କାମ କରିବା ପସନ୍ଦ କରନ୍ତି ନାହିଁ । ଏମାନେ ନିଜ ହିସାବରେ ଜୀବନ ଜୀଇଁବାକୁ ଚେଷ୍ଟା କରନ୍ତି ।

–     ଯଦି ଆପଣଙ୍କୁ ଏହି ଫଟୋରେ ଚେହେରା ନଜର ଆସୁଛି ତେବେ ଏହି ଲୋକମାନେ ଜୀବନରେ ସବୁବେଳେ କିଛି ନା କିଛି ନୂଆ ଶିଖିବା ଜାରି ରଖିଥାନ୍ତି ।

–     ଯେଉଁମାନଙ୍କୁ ଏହି ଫଟୋରେ ପ୍ରଥମେ କୁକୁର ନଜର ଆସୁଛି । ତେବେ ଏଭଳି ବ୍ୟକ୍ତିଙ୍କ ପାଇଁ ନିଜ ପରିବାର ସବୁକିଛି ହୋଇଥାଏ । ଏଭଳି ବ୍ୟକ୍ତି ନିଜ ପରିବାର ପାଇଁ କିଛିବି କରିପାରନ୍ତି ।

Get real time updates directly on you device, subscribe now.